ରାଜନୀତି

ଇସ୍ରାଏଲ୍‌ରେ ଧ୍ବଂସର ତାଣ୍ଡବ ରଚିବାକୁ ସକ୍ଷମ ଇରାନର ୯ କ୍ଷେପଣାସ୍ତ୍ର – Kalinga News

[ad_1]

ତେହେରାନ୍: ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏନେଇ କହି ସାରିଛନ୍ତି ଇରାନ ଇସ୍ରାଏଲ୍‌ରେ ତାଣ୍ଡବ ରଚିବାକୁ ଯାଉଛି। ଇରାନର ଆଇଏସଏନଏ ନ୍ୟୁଜ୍ ଏଜେନ୍ସି କହିଛି ଆମ ପାଖରେ ୯ ଏଭଳି ‌କ୍ଷେପଣାସ୍ତ୍ର ଅଛି ଯାହା ଇସ୍ରାଏଲ୍ ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ଏବଂ ଧ୍ବଂସର ତାଣ୍ଡବ ରଚିବାକୁ ସକ୍ଷମ। ଏସବୁ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୪୦୦ କିଲୋମିଟରରୁ ୨୫୦୦ କି‌ଲୋମିଟର ରହିଛି।
ସେଥିମଧ୍ୟରୁ ସେଜ୍ଜିଲ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୦୦୦ରୁ ୨୫୦୦ କିଲୋମିଟର ରହିଛି। ଏହାର ପେଲୋଡ୍ କ୍ଷମତା ୭୦୦ କିଲୋଗ୍ରାମ୍ ରହିଛି। ଖୋର୍ସମସହର-୪ କ୍ଷେପଣାସ୍ତ୍ରର କ୍ଷମତା ୨୦୦୦ କିଲୋମିଟର ରହିଛି। ଏହା ୧୫୦୦ କିଲୋଗ୍ରାମ୍ ଅସ୍ତ୍ରଶସ୍ତ୍ର ବୋହି ନେବାକୁ ସକ୍ଷମ।
ହମାଦ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର ରହିଛି। ଏହାର ପେଲୋଡ୍ କ୍ଷମତା ୭୫୦ କିଲୋଗ୍ରାମ୍ ରହିଛି।

ସାହାବ-୩ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର ଥିବାବେଳେ ଏହାର ପେଲୋଡ୍ କ୍ଷମତା ୧୧୨,୦୦ କିଲୋଗ୍ରାମ୍ ରହିଛି।କଦ୍ର-୧୧୦ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ସୀମା ୧୯୫୦ କିଲୋମିଟରର ରହିଛି। ଏହା ୬୫୦ରୁ ୧୦୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ପେଲୋଡ୍ ବୋହି ନେବାକୁ ସକ୍ଷମ।

ପାୱେହ କ୍ଷେପଣାସ୍ତ୍ର ୬୦୦ରୁ୯୦୦ କିଲୋଗ୍ରାମ୍ ଅସ୍ତ୍ରଶସ୍ତ୍ର ବୋହି ନେବା ସହ ୧୬୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।ଖୈବର ଶେକନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୪୫୦ କିଲୋମିଟର। ଫତହ-୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୪୦୦ କିଲୋମିଟର ଥିବାବେଳେ ହଜ୍ କାସିମ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୪୦୦ କିଲୋମିଟର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button