୧୧ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଜଗଦୀପ ଧନଖଡ – Kalinga News

[ad_1]
ନୂଆଦିଲ୍ଲୀ: ସଂସଦର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହରୁ ନିଲମ୍ବିତ ହୋଇଥିବା ସମସ୍ତ ୧୧ ଜଣ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର କରି ନେଇଛନ୍ତି। ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ତାଙ୍କ ପାଖରେ ଥିବା ଅଧିକାରକୁ ପ୍ରୟୋଗ କରି ସେ ଏପରି ନିଷ୍ପତି ନେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଫଳରେ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରି ୩୧ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଅଭିଭାଷଣରେ ଏହି ସାଂସଦମାନେ ଯୋଗ ଦେଇପାରିବେ। ରାଜ୍ୟସଭା ସ୍ୱାଧିକାର କମିଟି ନିଲମ୍ବିତ ୧୧ ଜଣ ସାଂସଦଙ୍କୁ ସ୍ୱାଧିକାର ଉଲ୍ଲଂଘନ ଓ ଗୃହ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସଂପୃକ୍ତ ୧୧ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ।
ତେବେ, ୨୦୨୪ ବଜେଟ୍ ଅଧିବେଶନ ପାଇଁ ସଂପୃକ୍ତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ପ୍ରିଜାଇଡିଂ ଅଫିସରଙ୍କୁ ସରକାର ଅନୁରୋଧ କରିଥିଲେ।
[ad_2]