ରାଜନୀତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ, ବିଧାୟକ ଦଳ ବୈଠକରେ ନିଷ୍ପତ୍ତି – Kalinga News

[ad_1]

ରାଞ୍ଚି: ଝାଡଖଣ୍ଡର ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଶାସକ ଦଳର ବିଧାୟକଙ୍କ ସହ ବୈଠକ ଶେଷ ହୋଇଛି । ସୋରେନ୍ ତାଙ୍କ ପଦରୁ ଇସ୍ତଫା ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବାନେଇ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି।

ସୂଚନା ଅନୁସାରେ ବିଧାୟକମାନଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ସୋରେନ ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ ପଦର ବଜାୟ ରହିବେ । ବୈଠକ ପରେ କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ କହିଛନ୍ତି ଯେ ବୈଠକରେ ୪୩ ଜଣ ବିଧାୟକ ଥିଲେ ଏବଂ ଯାହା ସାମ୍ନାକୁ ଆସିଛି ତାହା ହେଉଛି ଆଜି ମଧ୍ୟ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଆଗାମୀ ଦିନରେ ସେ ମୁଖ୍ୟମନ୍ତ୍ରୀ ରହିବେ ।

ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ସପ୍ତମ ସମନ ମିଳିବା ପରେ ସୋରେନ ଇସ୍ତଫା ଦେଇ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସୋରେନ ଇସ୍ତଫା ଦେଇନଥିଲେ। ସୋରେନ ୨୦୧୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବିଧାୟକମାନଙ୍କ ସହ ବୈଠକ ପୂର୍ବରୁ ସୋରେନ କହିଥିଲେ, ମୁଁ ମୋ ପତ୍ନୀଙ୍କୁ କ୍ଷମତା ଛାଡ଼ିଦେବି ବୋଲି ବିଜେପି ମିଛ ପ୍ରଚାର ଚଳାଇଛି । କିନ୍ତୁ ତାହା ହେବ ନାହିଁ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button