ପଦ୍ମକେଶରପୁରରେ ଶଶୁର ଓ ବୋହୂଙ୍କୁ ଆକ୍ରମଣ ଘଟଣା: ୨ ଗିରଫ – Kalinga News

[ad_1]
ଚନ୍ଦ୍ରଶେଖରପୁର: ପଦ୍ମକେଶରପୁର ତଳସାହିରେ ବୋମାମାଡ଼ ଓ ଭୁଜାଲିରେ ଆକ୍ରମଣ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୁଧ ବେପାରୀ ସାହୁକାର ପଠାଇଥିବା ୪ ଦଲାଲ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସେମାନେ ବୋମାମାଡ଼ କରିବା ସହ ଭୁଜାଲିରେ ହାଣି ସନାତନ ଦାସ(୫୦) ଓ ତାଙ୍କ ବୋହୂ ନିରୁପମା(୩୫)ଙ୍କୁ ଗୁରୁତର କରିଛନ୍ତି। ସନାତନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗୋଷ୍ଠୀ ସଂଘର୍ଷ ବଢ଼ିବା ଆଶଙ୍କା କରି କମିସନରେଟ୍ ପୁଲିସ ପକ୍ଷରୁ ଗାଁରେ ପୁଲିସ ଛାଉଣି କରାଯାଇଛି। ଗିରଫଦାରୀ ଭୟରେ ତଳସାହି ପୁରୁଷଶୂନ୍ୟ ହୋଇପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗାଁରୁ ମିଳିଥିବା ସୂଚନାନୁସାରେ ପଦ୍ମକେଶରପୁରର ବାବୁଲି ଦାସ, ତାପସ ଦାସ, ସୁବ୍ରତ ଦାସ ଓ ମିଟୁ ଦାସ ତଳସାହିକୁ ଯାଇ ସୁଧ ଟଙ୍କା ଆଦାୟ କରିଥିଲେ। କିଛି ଘରୁ ସୁଧ ବାବଦ ଅର୍ଥ ଆଦାୟ କରିବା ପରେ ସେମାନେ ସୁମନ୍ତ ଦାସଙ୍କ ପାଖକୁ ଯାଇଥିଲେ। ସୁମନ୍ତଙ୍କ ଦାଣ୍ଡରେ ଠିଆହୋଇ ଡାକିଥିଲେ। କିନ୍ତୁ ସେତେବେଳେ ସୁମନ୍ତ ଘରେ ନଥିବାରୁ ତାଙ୍କ ବାପା ସନାତନ ଓ ସ୍ତ୍ରୀ ନରୁପମା ବାହାରକୁ ଆସି ଏବେ ସୁଧ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। ମାତ୍ର ୪ ସୁଧ ବେପାରୀ ଏବେ ହିଁ ସୁଧ ଟଙ୍କା ନେବେ ବୋଲି ଅଡ଼ି ବସିଥିଲେ। ତେଣୁ ନିରୁପମା ସାହୁକାରର ସୁଧ ହିସାବ କରିବାକୁ କହିଥିଲେ। ୮ ବର୍ଷ ହେଲା ସୁଧ ଦେଇଦେଇ ମଲୁଣି ବୋଲି କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସୁଧ ଆଦାୟ କରିବାକୁ ଆସିଥିବା ୪ ଦଲାଲ ନିରୁପମାଙ୍କ ପ୍ରତି ଖରାପ ଭାଷା ପ୍ରୟୋଗ କରିଥିଲେ। ଏହାକୁ ବିରୋଧ କରିଥିଲେ ଶ୍ବଶୁର ସନାତନ। ଧୀରେଧୀରେ ବଚସା ବଢ଼ିଥିଲା।
ହଠାତ୍ ୪ ଦଲାଲ ସନାତନ ଓ ନିରୁପମାଙ୍କୁ ଭୁଜାଲିରେ ହାଣି ପକାଇଥିଲେ। ଶ୍ବଶୁର ଓ ବୋହୂ ଚିତ୍କାର କରି ଘର ଭିତରକୁ ପଶିଗଲେ ମଧ୍ୟ ସେମାନେ ଗୋଡ଼ାଇ ଗୋଡ଼ାଇ ଘର ଭିତରେ ପଶି ସେମାନଙ୍କୁ ଚୋଟ ପରେ ଚୋଟ ପକାଇଚାଲିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ୪ ଦଲାଲଙ୍କୁ ଘେରିଯାଇଥିଲେ। ଲୋକମାନେ ସେମାନଙ୍କୁ କାବୁ କରିବାକୁ ଉଦ୍ୟମ କଲାବେଳେ ସେମାନେ ବୋମାମାଡ଼ କରିଥିଲେ। ୫/୭ ଟି ବୋମା ବିସ୍ଫୋରଣ ହେବା ପରେ ଭୟରେ ଗ୍ରାମବାସୀମାନେ ପଛଘୁଞ୍ଚା ଦେଇଥିଲେ। ସେମାନେ ଫେରାର୍ ହୋଇଯିବା ପରେ ପଡ଼ୋଶୀମାନେ ଶ୍ବଶୁର ଓ ବୋହୂଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ସହାୟତାରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।
[ad_2]



