ମନୋରଞ୍ଜନ

ବିଜେଡିକୁ ହାରିବା ଭୟ ଘାରିଥିବା ହେତୁ ସିନେ ତାରକାଙ୍କୁ ଖୋଜୁଛି: ବିଜେପି – Kalinga News

[ad_1]

ଭୁବନେଶ୍ବର: ନିର୍ବାଚନ ସମୟରେ ସିନେ କଳାକାରଙ୍କୁ ନବୀନ ନିବାସକୁ ଡାକରା ନେଇ ବିଜେପି କଟାକ୍ଷ କରିଛି। ବିଜେଡିକୁ ଟାର୍ଗେଟ୍ କରି ବିଜେପି ନେତା ତଥା ବରିଷ୍ଠ କଳାକାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି। ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି। ଓଡ଼ଶାରେ କଳାକାରଙ୍କ ଅବସ୍ଥା ଏମିତି ଯେ ସେମାନଙ୍କୁ ଟଙ୍କା ଦେଇ ପ୍ରଚାର କରୁଛି ବିଜେଡି। ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗ କରିବାକୁ ଚେଷ୍ଟା କରୁଛି। ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡ଼େ। ଓଡ଼ିଆ ସିନେମା ଶିଳ୍ପର ବିକାଶ କରିନାହାନ୍ତି।ଯଦି ଦରଦ ଅଛି, ତେବେ ସିନେମା ଶିଳ୍ପର ବିକାଶ ଲାଗି ପଦକ୍ଷେପ ନିଅନ୍ତୁ।

ସୂଚନାଯୋଗ୍ୟ, ଓଲିଉଡ୍‌ର ଚାରି ବଡ଼ ଚେହେରା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଉଗାରିବା ପରେ ସେମାନଙ୍କୁ କାଉଣ୍ଟର୍‌ କରିବାକୁ ବିଜେଡି ବଡ଼ ଯୋଜନା ପ୍ରସ୍ତୁତ କରିଛି। ଆଗରୁ ଅନୁ ଚୌଧୁରୀ, ଶ୍ରୀତମ୍ ଦାସ, ମହାଶ୍ବେତା, ଅପରାଜିତା ଓ ବିଦୁସ୍ମିତା ପ୍ରମୁଖ ବି ବିଜେପିରେ ସାମିଲ ହୋଇଥିଲେ। ଓଲିଉଡ୍‌ର ଆଉ କିଛି ଜଣାଶୁଣା କଳାକାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ଦଳ। ନବୀନ ନିବାସରେ ଗତକାଲି ହଠାତ ବହୁ ଓଲିଉଡ୍‌ କଳାକାରଙ୍କ ଆବିର୍ଭାବ ଏହି ସଙ୍କେତ ଦେଇଛି। ଗତକାଲି ବାବୁସାନ୍, ପପୁ ପମ୍‌ପମ୍‌, ଦେବାଶିଷ, ଅମ୍ଳାନ୍, ସମ୍ବିତ, ଲିପ୍ସା, ଭୂମିକାଙ୍କ ସମେତ ଆଉ କିଛି କଳାକାର ନବୀନ ନିବାସ ଯାଇଥିଲେ। ସେମାନେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ଙ୍କୁ ସାକ୍ଷାତ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button