ମନୋରଞ୍ଜନ

ପୁରୁଣାର ସ୍ଥାନ ନେବାକୁ ଅସମର୍ଥ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ – Kalinga News

[ad_1]

୧୯୯୮ରେ ଆସିଥିଲା ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଆକ୍ସନ୍‌ କମେଡି ସିନେମା ‘ବଡ଼େ ମିଆଁ ଛୋଟେ ମିଆଁ’। ତା’ ସହିତ ନୂଆ ‘ବଡ଼େ ମିଆଁ ଛୋଟେ ମିଆଁ’ର କିଛିଟା ସାମଞ୍ଜସ୍ୟ ଅଛି। ପୁରୁଣା ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଦୁଇ ମୁଖ୍ୟ ନାୟକଙ୍କର ଯମଜ ଅଛନ୍ତି। ପୁରୁଣା ସିନେମାରେ ହାସ୍ୟରସକୁ ଅଧିକ ଗୁରୁତ୍ବ ମିଳିଥିବା ବେଳେ ନୂଆଟିରେ ଆକ୍ସନ୍‌ ଓ ଦେଶପ୍ରେମର କଥା ରହିଛି। ଏହି ଚଳଚ୍ଚିତ୍ରର ସବୁଠାରୁ ଆକର୍ଷଣୀୟ ବିଭବ ହେଉଛି ଆକ୍ସନ୍। ଏଥିରେ ହଲିଉଡ୍‌ ସ୍ତରର ଅନେକ ଚିତ୍ତାକର୍ଷକ ଦୃଶ୍ୟ ରହିଛି। ସାମରିକ ଯୁଦ୍ଧ କୌଶଳରେ ସିଦ୍ଧହସ୍ତ ଅକ୍ଷୟ ଓ ଟାଇଗର ଏଥିରେ ସେମାନଙ୍କର ପାରଦର୍ଶିତା ଦେଖାଇଛନ୍ତି। ସିନେମାର ପ୍ରଥମାର୍ଦ୍ଧରେ କେତେକ ହାସ୍ୟରସାତ୍ମକ ଦୃଶ୍ୟ ରହିଛି। ଅକ୍ଷୟ କୁମାର ନିଜ ବୟସ ନେଇ କଟାକ୍ଷଗୁଡ଼ିକୁ ଯେପରି ଗ୍ରହଣ କରିଛନ୍ତି, ଟାଇଗର୍‌ ଲୋକପ୍ରିୟ ମିମ୍‌ ପାଲଟିଥିବା ତାଙ୍କର ଏକ ସଂଳାପ- ‘ଛୋଟି ବଚ୍ଚୀ ହୋ କ୍ୟା?’କୁ ସାମ୍ନା କରିବାକୁ ସଂକୋଚ କରିନାହାନ୍ତି। ଏଥିରେ ଦ୍ବିମତ ନାହିଁ ଯେ ଅଭିନେତାମାନେ ନିଜ ସମ୍ପର୍କିତ ଥଟ୍ଟା-ପରିହାସକୁ ଗ୍ରହଣ କରିବା ହାସ୍ୟରସକୁ ଅଧିକ ମନୋରମ କରିଥାଏ। କାହାଣୀକୁ ଗତିଶୀଳ ରଖିବା ପାଇଁ ମଝିରେ ମଝିରେ ରୋଚକ ମୋଡ଼ ଦିଆଯାଇଛି ଯେଉଁଗୁଡ଼ିକ ଉତ୍ତମ ଚିତ୍ରନାଟ୍ୟ ରଚନାର ଉଦାହରଣ। ତେବେ ସୋନାକ୍ଷୀ ସିହ୍ନାଙ୍କ ଚରିତ୍ରକୁ ଆରମ୍ଭରୁ ଏକ ମୂଲ୍ୟବାନ ଅଥଚ ନିର୍ଜୀବ ‘ବସ୍ତୁ’ ରୂପେ ଦର୍ଶକ ସମ୍ମୁଖକୁ ଅଣାଯାଇଛି। ପରେ ଜଣାପଡୁଛି, ତାଙ୍କ ଚରିତ୍ର ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ତାଙ୍କ ମସ୍ତିଷ୍କରେ ଖଞ୍ଚାହୋଇଛି ଏକ ଚିପ୍‌, ଯାହା ଭାରତର ଅତ୍ୟାଧୁନିକ ପ୍ରତିରକ୍ଷା ଢାଲ ‘କର୍ଣ୍ଣ କବଚ’କୁ ନିୟନ୍ତ୍ରଣ କରିଥାଏ। ଜଣେ ମୁଖାପିନ୍ଧା ଖଳନାୟକ ତାଙ୍କ ଜରିଆରେ ଏହି କବଚକୁ ଅକାମୀ କରିଦେଇ ଭାରତକୁ ଧ୍ବଂସ କରିଦେବାକୁ ଚାହେଁ। ଏହି ଖଳ ଉଦ୍ୟମକୁ ରୋକିବା ‘ବଡ଼େ ମିଆଁ’ ଫିରୋଜ (ଅକ୍ଷୟ) ଓ ‘ଛୋଟେ ମିଆଁ’ ରାକେଶ (ଟାଇଗର)ଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଏହି କ୍ରମରେ ଖଳନାୟକର ମୁଖା ଖୋଲିଛି, ସେ ଖଳନାୟକ ହେବା ପଛର କାହାଣୀ ଉନ୍ମୋଚିତ ହୋଇଛି। ‘ସବୁ ଶତ୍ରୁ ଦିନେ ବନ୍ଧୁ ଥାଆନ୍ତି’- ବାରମ୍ବାର ଆବୃତ୍ତ ହେଉଥିବା ଏହି ସଂଳାପ ଶେଷ ଆଡ଼କୁ ଯଥାର୍ଥ ବୋଲି ପ୍ରମାଣିତ ହୋଇଛି।

ସିନେମାର ଦୁର୍ବଳତା ହେଉଛି ଏହାର ଉପରଠାଉରିଆ ବୈଷୟିକ ବ୍ୟାଖ୍ୟା। ପୂର୍ବରୁ ସିନେମାର ହ୍ୟାକର୍‌ମାନେ କିବୋର୍ଡରେ ‘ଏଣ୍ଟର୍‌’ ଟିପି ହ୍ୟାକିଂ କରୁଥିଲେ। ଏହି ଚଳଚ୍ଚିତ୍ରରେ ‘ଏଆଇ’ର ନାମ ନେଇ ଏହି କାମ ତୁଲାଇ ଦିଆଯାଇଛି। ସେହିପରି ଇସ୍ରାଏଲ୍‌ର ‘ଆରରନ୍‌ ଡୋମ୍’କୁ ଅନୁକରଣ କରି ‘କର୍ଣ୍ଣ କବଚ’ର ପରିକଳ୍ପନା କରାଯାଇଛି। ଏହାର କାର୍ଯ୍ୟକାରିତା ଦେଖାଇବା ପାଇଁ ଏହାକୁ ଆକାଶରେ ନିର୍ମିତ ଏକ ବାସ୍ତବିକ ଢାଲ ରୂପେ ଦେଖାଯାଇଛି, ଯାହା ହାସ୍ୟାସ୍ପଦ। ମାନବ କ୍ଲୋନିଂ ସାରା ବିଶ୍ବରେ ନିଷିଦ୍ଧ ଥିବା ବେଳେ ଜଣେ ଅସ୍ତ୍ରଶସ୍ତ୍ର ନିର୍ମାତା ଏହାକୁ ଭାରତୀୟ ସେନାରେ ପ୍ରୟୋଗର ଉଦ୍ୟମ ଅନେକ ପ୍ରଶ୍ନ ଛିଡ଼ା କରାଇଥାଏ। ଏହାର ଗୀତଗୁଡ଼ିକୁ ହୃଦୟସ୍ପର୍ଶୀ କରିବା ପାଇଁ କମ୍‌ ଆଉ ଭାଇରାଲ୍ ରିଲ୍‌ରେ ରୂପାନ୍ତରିତ କରିବା ଲାଗି ଅଧିକ ଚେଷ୍ଟା କରାଯାଇଛି। ‘ମସ୍ତ ମଲଙ୍ଗ ଝୁମ୍’ର ନୃତ୍ୟ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ କୋରିଅଗ୍ରାଫର୍‌ ବସ୍‌କୋ-ସିଜର୍‌ ବିଶ୍ବପ୍ରସିଦ୍ଧ ତେଲୁଗୁ ଗୀତ ‘ନାଟୁ ନାଟୁ’ର ନାଚକୁ ଅନୁକରଣ କରିବାକୁ ଚେଷ୍ଟା କରିଛନ୍ତି। ଏଥିରେ ତିନି ଜଣ ଅଭିନେତ୍ରୀ (ମାନୁଷୀ ଛିଲ୍ଲର, ସୋନାକ୍ଷୀ ସିହ୍ନା, ଅଲାୟା ଏଫ୍‌) ଥିଲେ ହେଁ କାହାରି ଚରିତ୍ରକୁ ଗୁରୁତ୍ବ ଦିଆଯାଇନାହିଁ। ସାମଗ୍ରିକ ଭାବେ ଦେଖିଲେ ଏହି ଫିଲ୍ମରେ ଭରପୂର ଆକ୍ସନର ପ୍ରତିଶ୍ରୁତି ରହିଛି, ହେଲେ ମନୋରଂଜନ ଦୃଷ୍ଟିରୁ ପୁରୁଣା ‘ବଡ଼େ ମିଆଁ ଛୋଟେ ମିଆଁ’କୁ ଏହି ସିନେମା ଅତିକ୍ରମ କରିପାରିନାହିଁ।

ନିର୍ଦ୍ଦେଶକ: ଅଲୀ ଅବ୍ବାସ ଜାଫର । ମୁଖ୍ୟ ଚରିତ୍ରରେ: ଅକ୍ଷୟ କୁମାର, ଟାଇଗର ଶ୍ରଫ, ପୃଥ୍ବୀରାଜ ସୁକୁମାରନ



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button