ରାଜନୀତି

ରାଜଧାନୀରେ ବିଜେଡି ଟିକେଟ ଆଶାୟୀଙ୍କ ଡେରା: ଛିଣ୍ଡୁନି ଆନନ୍ଦପୁର ଅଙ୍କ – Kalinga News

[ad_1]

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସରୁ ଜୟଦେବ ଜେନା ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଶ୍ରୀ ଜେନା ପ୍ରଚାର ମଇଦାନକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ସଭାସମିତି କରି ଦଳୀୟ କର୍ମୀଙ୍କୁ ଏକାଠି କରୁଛନ୍ତି। ଅନ୍ୟପକ୍ଷରେ ଗତ ତିନିଟି ନିର୍ବାଚନରେ ଶାସକ ବିଜେଡି ଏଠାରେ ବାଜିମାତ୍‌ କରୁଥିଲେ ମଧ୍ୟ ଏଯାଏ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେଡି ଟିକେଟ ପାଇଁ ଆଶାୟୀମା‌ନେ ଭୁବନେଶ୍ବରରେ ଡେରା ପକାଇଛନ୍ତି। ଅଙ୍କ ଛିଣ୍ଡୁ ନଥିବାରୁ ପ୍ରାର୍ଥୀ ଘୋଷଣା ଝୁଲିରହିଥିବା କୁହାଯାଉଛି। ଆନନ୍ଦପୁର ଆସନରେ ୨୦୧୯ରେ ବିଜେଡିର ଭାଗୀରଥି ସେଠୀ ୪୪ ହଜାର ୧୯୩ଟି ଭୋଟ ବ୍ୟବଧାନରେ କଂଗ୍ରେସର ଜୟଦେବ ଜେନାଙ୍କୁ ପରାସ୍ତ କରିଥିଲେ। ଏହି ବ୍ୟବଧାନ ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଥିଲା। ବିଜେପିର ଆଲୋକ ସେଠୀ ୩୧ ହଜାର ୫୫୪ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ। ଏଥର ବିଜେପି ପୁଣି ଆଲୋକଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସରୁ ଜୟଦେବ ଜେନା ଲଢ଼ିବେ ବୋଲି ତାଙ୍କ ସଭାସମିତିରୁ ଜଣାପଡ଼ୁଛି। ସେହିପରି ବିଜେଡିରୁ ବିଧାୟକ ଭାଗୀରଥି ସେଠୀ ପୁଣିଥରେ ଟିକେଟ ପାଇବେ ବୋଲି ଆଶାବାନ୍ଧି ବସିଛନ୍ତି। ‌ଅନ୍ୟପକ୍ଷରେ ଦଳ ଏଠାରେ ୨୦୦୯ରୁ ପ୍ରତିଥର ପ୍ର‌ାର୍ଥୀ ବଦଳାଉଛି।

ଏଥର ପୂର୍ବତନ ବିଧାୟକ ମାୟାଧର ଜେନାଙ୍କ ପାଳି ପଡ଼ିବ ବୋଲି କୁହାଯାଉଛି। ମାୟାଧର ଟିକେଟ ପାଇବା ଆଶାରେ ଦୁଇ ସପ୍ତାହ ହେଲା ଭୁବନେଶ୍ବରରେ ନିଜ ସମର୍ଥକଙ୍କ ସହ ଡେରା ପକାଇଛନ୍ତି। ସେହିପରି ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା, ଅଭିମନ୍ୟୁ ସେଠୀ, ବିମଳ କିଶୋର ଜେନା, ସାଂସଦଙ୍କ ପ୍ରତିନିଧି ନନ୍ଦୁ ଚରଣ ଜେନା, ବଳରାମ ମଲ୍ଲିକ, ଅବସରପ୍ରାପ୍ତ କର୍ମଚାରୀ ନାରାୟଣ ଜେନା, ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, କୌଶଲ୍ୟା ସେଠୀ, ପୂର୍ବତନ ପୌରାଧ୍ୟକ୍ଷା ଆରତି ସିଂ, ସଞ୍ଜୟ କୁମାର ଦଳେଇଙ୍କ ଭଳି ଅନେକ ଆଶାୟୀ ଟିକେଟ ପାଇଁ ଆବେଦନ କରିବା ସହ ଭୁବନେଶ୍ୱରରେ ରହିଛନ୍ତି। ଏପଟେ ବିଜେଡିରୁ ନିଲମ୍ବିତ ପୂର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭରସାରେ ରହିଛନ୍ତି। ତାଙ୍କ ସୁପାରିସରେ ସେ ବିଜେଡି ଟିକେଟ ପାଇବାକୁ ଆଶା ରଖିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ମାଳମାଳ ଟିକେଟ ଆଶାୟୀ ଥିବାରୁ ଦଳ କାହାକୁ ବାଛିବ ତାକୁ ନେଇ କସରତ ଚାଲିଛି। ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ପ୍ରଚାରକୁ ଜୋରଦାର କରିଛନ୍ତି। କଂଗ୍ରେସ ଆଜି ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବରିଷ୍ଠ ନେତା ଜୟଦେବ ଜେନା ବିଭିନ୍ନ ସ୍ଥାନରେ ସମାବେଶ କରୁଛନ୍ତି। ଘର ଘର ବୁଲି ପ୍ରଚାର କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ସେହିପରି ବିଜେପି ଟିକେଟ ପାଇଥିବା ଆଲୋକ ସେଠୀ ମଧ୍ୟ ଗାଁ ଗାଁ ବୁଲି ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button