ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପର ସିନେରୂପ: ‘ମାଂସର କୋଣାର୍କ’ – Kalinga News

[ad_1]
ପ୍ରଥିତଯଶା କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ ‘ମାଂସର କୋଣାର୍କ’କୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି। ଏହାର ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବ ବିଶ୍ୱଜିତ୍ ସାହୁ ବହନ କରିଥିବା ବେଳେ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ହିମାଦ୍ରି ତନୟ ଦାସ। ମୂଳ କାହାଣୀର ଦୃଷ୍ଟିଭଙ୍ଗୀକୁ ନଜରରେ ରଖି ଚଳଚ୍ଚିତ୍ରକୁ ବାସ୍ତବଧର୍ମୀ କରାଯାଇଛି।
ଜ୍ୟୋତିରଂଜନ ପାତ୍ର ଏହାର ସିନେମାଟୋଗ୍ରାଫର। ଏଥିରେ ମୁଖ୍ୟ ଭୂମିକାରେ ପାର୍ଥ ସାରଥୀ, ସାଇଶ୍ରେଷ୍ଠ ଦାଶ ଓ ଜ୍ୟୋତିର୍ମୟୀ କର ଅଭିନୟ କରିଛନ୍ତି। ରୋଜଗାର ପାଇଁ ସହରକୁ ଆସିଥିବା ଜଣେ ବେକାର ଯୁବକ ଟଙ୍କା ରୋଜଗାର କରିବା ପାଇଁ ଭିନ୍ନ ଏକ ପନ୍ଥା ବାଛି ନେଉଛି। ସାମାଜିକ ଦୃଷ୍ଟିକୋଣରୁ ତାହା ଠିକ୍ ନଥିଲେ ବି ତା’ ପାଇଁ ରୋଜଗାରର ବାଟ ଫିଟାଇ ଦେଉଛି। ଏବେ ବି ସମାଜରେ ଏମିତି ଅନେକ ଚରିତ୍ରଙ୍କ ସହ ଭେଟ ହୋଇପାରିବ। କଟକର ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଅନୁଷ୍ଠାନର ଛାତ୍ର ଆୟୁଷ୍ମାନ୍ ବଡ଼ପଣ୍ଡା, ଓମ୍ ପ୍ରସାଦ ତ୍ରିପାଠୀ ଓ ସୋହନ୍ ଦେବ୍ ଫିଲ୍ମରେ ସହଯୋଗୀ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
[ad_2]