ରାଜନୀତି

ବାଜି ମାରିନେବେ କି ଘରବାହୁଡ଼ା ପର୍ଶୁରାମ? – Kalinga News

[ad_1]

ବଦଳିପାରେ ସୋର ବିଜେପି ଟିକେଟ୍‌

ସୋର: ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥିତ୍ବକୁ ବାଲେଶ୍ବର ଜିଲ୍ଲା ସୋର ବିଜେପି ଆଶାୟୀ ଓ କର୍ମକର୍ତ୍ତାମାନେ ବିରୋଧ କରୁଛନ୍ତି। ଟିକେଟ୍‌ ବଦଳାଯିବାକୁ ଦାବି ହେଉଛି। ଏପରି ସମୟରେ ଦୁଇଜଣଙ୍କ ଝଗଡ଼ା ଯୋଗୁଁ ତୃତୀୟ ଜଣଙ୍କ ଲାଭ ନ୍ୟାୟରେ ସଦ୍ୟ ଦଳକୁ ବାହୁଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଟିକେଟ୍‌ ହାତେଇ ନେବେ ବୋଲି ଶୁଣିବାକୁ ମିଳୁଛି।

ସୋର ବିଧାନସଭା ଟିକେଟ୍‌ ପାଇଁ ବିଜେପିର ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ବାଲେଶ୍ବର ଜିଲ୍ଲା ବିଜେପି ଅନୁସୂଚିତ ଯୁବମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା ଏବଂ ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଜେନା ଆଶାୟୀ ଥିଲେ। ହେଲେ ଅପ୍ରତ୍ୟାଶିତ ଭାବେ ଗତ ଏପ୍ରିଲ୍‌ ମାସ ୨ ତାରିଖ ଦିନ ବିଜେପି ପ୍ରାର୍ଥୀ ଭାବେ ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ରଙ୍କ ନାମ ଘୋଷଣା ହେଲା। ଏହାକୁ ନେଇ ସୋର ବିଜେପିରେ ତୀବ୍ର ବିରୋଧ ଦେଖାଦେଲା। ଟିକେଟ୍‌ ବଦଳାଯିବାକୁ ଜୋର୍‌ଦାର୍‌ ଦାବି ଉଠିଲା। ଫଳରେ ରାଜେନ୍ଦ୍ର ଏକାଧିକ ଥର ନିର୍ବାଚନ ପ୍ରଚାର ପାଇଁ ଉଦ୍ୟମ କରିଥିଲେ ବି ଏଯାଏ ସଫଳ ହୋଇ ନାହାନ୍ତି। ଅନ୍ୟପଟେ ପ୍ରାର୍ଥୀ ନବଦଳିଲେ କେହି ଜଣେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ନିଶ୍ଚିତ ବୋଲି ବିରୋଧୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଯାହା ସ୍ଥିତି, ଆସନ୍ତାକାଲି କିମ୍ବା ସୋମବାର ସୁଦ୍ଧା ଦଳ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ। ଯଦି ଏପରି ହୁଏ; କିଏ ଟିକେଟ୍‌ ପାଇବେ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଯେ ସେହି ନେତା ଜଣକ କୁଆଡ଼େ ସଦ୍ୟ ବିଜେଡି ଛାଡ଼ି ପୁଣି ବିଜେପିକୁ ଫେରିଥିବା ବିଧାୟକ ପର୍ଶୁରାମ। କାରଣ ତାଙ୍କ ପାଖରେ ଅଭିଜ୍ଞତା ସହ ଭଲ ସଂଗଠନ ରହିଛି। କେବଳ ସେତିକି ନୁହେଁ, ସେ ଏହାଭିତରେ ନିଜର ଲବିକୁ ବି ଦୃଢ଼ କରି ସାରିଲେଣି। ତେବେ ପର୍ଶୁରାମ ଟିକେଟ୍‌ ପାଇଲେ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ସେ କେତେ ପ୍ରଭାବୀ ହୋଇପାରିବେ ଏବଂ ଆଶାୟୀ ରାକେଶ, ମୃତ୍ୟୁଞ୍ଜୟ ଓ ରବୀନ୍ଦ୍ରଙ୍କ ଆଭିମୁଖ୍ୟ କ’ଣ ହେବ; ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଆଶାୟୀ ରାକେଶଙ୍କୁ ପଚାରିବାରୁ ସେ କିଛି ଉତ୍ତର ରଖିବାକୁ ମନା କରିଦେଇଛନ୍ତି। ସେହିପରି ପର୍ଶୁରାମଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଯଦି ଟିକେଟ୍‌ ମିଳେ ମୁଁ ଖୁସି ହେବି। ଦଳର ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇବି। ଆଗାମୀ ଦିନରେ ବିଜେପିକୁ କିପରି ସଫଳତା ମିଳିବ, ସେଥିପାଇଁ କାମ କରିବି। ଉଲ୍ଲେଖଥାଉକି, ପର୍ଶୁରାମ ୨୦୦୯ ମସିହାରେ ବିଜେପି ଟିକେଟ୍‌ ପାଇ ସୋର ଆସନରୁ ଲଢ଼ିଥିଲେ। ହେଲେ ତାଙ୍କୁ ସଫଳତା ମିଳି ନଥିଲା। ତେବେ ୨୦୦୧୪ ଓ ୨୦୧୯ରେ ବିଜେଡି ଟିକେଟ୍‌ରେ ଲଢ଼ି ଦୁଇ ଦୁଇଥର ବିଧାୟକ ହୋଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button