ରାଜନୀତି

କନ୍ଧମାଳ ଲୋକସଭା, ଦୁଇ ବିଧାନସଭାରେ ପ୍ରାର୍ଥୀଙ୍କୁ ଦୋହରାଇଲା ବିଜେଡ଼ି – Kalinga News

[ad_1]

ବାଲିଗୁଡ଼ା ଆସନରେ ପୁଣି ଚକ୍ରମଣି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୩ ବିଧାନସଭା ଓ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ କରିଛି। ବିଜେଡି ପ୍ରଥମେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ସାଲୁଗା ପ୍ରଧାନଙ୍କୁ ପ୍ରାର୍ଥୀ କରି ତାଙ୍କୁ ପୁନରାବୃତ୍ତି କରିଥିଲା। ସେହିଭଳି ବାଲିଗୁଡ଼ା ବିଧାନସଭା ଆସନରେ ଚକ୍ରମଣି କହଁରଙ୍କ ଉପରେ ଭରସା କରି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିଛି। ଅନୁରୂପ ଭାବେ କନ୍ଧମାଳ ଲୋକସଭା‌ ଆସନରୁ ଅଚ୍ୟୁତ ସାମନ୍ତଙ୍କୁ ଦ୍ବିତୀୟ ଥର ପ୍ରାର୍ଥୀ କରି ତାଙ୍କୁ ମଧ୍ୟ ଦୋହରାଇଛି।

ଫୁଲବାଣୀ ବିଧାନସଭା ଆସନରେ ଦଳ ଅଙ୍ଗଦ କହଁରଙ୍କ ଟିକେଟ କାଟି ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ଫଳରେ ଅଙ୍ଗଦ କହଁରଙ୍କ ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ, ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ଜୟଶ୍ରୀଙ୍କୁ ଦଳ ମଧ୍ୟରେ କିଛି ସ୍ଥାନୀୟ ନେତା ଓ କର୍ମୀ ବିରୋଧ ଜାରିରଖିଛନ୍ତି। ତାଙ୍କୁ ବିରୋଧ କରି ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ବିଜେଡିରୁ ଇସ୍ତଫା ଦେଇ ସାରିଥିବା ବେଳେ ଏବେ ଦେବେନ୍ଦ୍ର ସ୍ବାଧୀନ ଭାବେ ଫୁଲବାଣୀ ଆସନରୁ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button