ରାଜନୀତି

ରାଜନୀତିରେ ଆଉ ଆଗ୍ରହ ନାହିଁ: କ’ଣ କରୁଛନ୍ତି ପୂର୍ବତନ ବିଧାୟକ – Kalinga News

[ad_1]

ଭାଗୀରଥି ବଡ଼ଜେନା

ଭୁବନେଶ୍ବର: ଭାଗୀରଥି ବଡ଼ଜେନା। ଗୋଟିଏ ସମୟରେ ଭୁବନେଶ୍ବର ରାଜନୀତିରେ ବେଶ୍‌ ଦବ୍‌ଦବା ରଖିଥିଲେ। କିନ୍ତୁ ୨୦୧୯ ପର ଠାରୁ ସେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଛନ୍ତି। ଏକ ପାରିବାରିକ କାରଣରୁ ସେ ରାଜନୀତି ଛାଡ଼ିଦେବା ସହ ନିର୍ବାଚନ ସଂକ୍ରାନ୍ତରେ କୌଣସି ଆଗ୍ରହ ରଖୁନାହାନ୍ତି। ମେଣ୍ଢାଶାଳ ଅଧିବାସୀ ତଥା କଂଗ୍ରେସ ନେତା ରଘୁନାଥ ବଡ଼ଜେନାଙ୍କ ପୁଅ ଭାଗୀରଥି କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଭାଗ ନେଇ ସମିତି ସଭ୍ୟ ହୋଇଥିଲେ। ୨୦୦୯ ମସିହାରେ ସେ ଭୁବନେଶ୍ବର କଂଗ୍ରେସ ଟିକେଟ ପାଇଁ ଦାବିଦାର ଥିଲେ। କିନ୍ତୁ ଶେଷମୂହୁର୍ତ୍ତରେ ବିଜେଡିରେ ଯୋଗ ଦେଇ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେଲେ।

ସେଥିରେ ସେ ବିଜୟ ଲାଭ କରିଥିଲେ। ୨୦୧୪ ମସିହାରେ ତାଙ୍କୁ ବିଜେଡି ଜଟଣୀରେ ପ୍ରାର୍ଥୀ କରିଥିଲା ଏବଂ ସେ ସେଠାରେ ମଧ୍ୟ ବିଜୟ ଲାଭ କରିଥିଲେ। କିନ୍ତୁ ୨୦୧୯ ମସିହା ନିର୍ବାଚନରେ ସେ ଟିକେଟ ଦୌଡ଼ରେ ନଥିଲେ କି କୌଣସି ସଭାସମିତିରେ ସାମିଲ ହେଉ ନଥିଲେ। ଶ୍ରୀ ବଡ଼ଜେନା କହିଛନ୍ତି, ପରିବାରରେ ଘଟିଥିବା ଏକ ଅଘଟଣ ପରଠାରୁ ଦେଢବର୍ଷ ହେଲା ସେ କୁଆଡ଼େ ଯାଉ ନାହାନ୍ତି। ଚୁପ୍‌ହୋଇ ଘରେ ରହିଛନ୍ତି। ନିଜର ରାଜନୈତିକ ଜୀବନ କିମ୍ବା ନିର୍ବାଚନ ଅନୁଭବ ବିଷୟରେ କିଛି କହିବାକୁ ମଧ୍ୟ ଶ୍ରୀ ଜେନା ଆଗ୍ରହ ପ୍ରକାଶ କରିନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button