ରାଜନୀତି

ରାଉରକେଲା‌ରେ ବିଜେପି ପ୍ରଭାରୀଙ୍କ ଗୁରୁମନ୍ତ୍ର – Kalinga News

[ad_1]

ରାଉରକେଲା: ଆସନ୍ତା ୨୦ ପୂର୍ବରୁ ଓଡ଼ିଶାରେ ସମସ୍ତ ପ୍ରାର୍ଥୀଙ୍କ ତାଲିକା ଘୋ‌ଷଣା ସରିବ। ସୁନ୍ଦରଗଡ଼ରେ ଲୋକସଭା ଓ ସାତ ବିଧାନସଭା ଆସନରେ ବିଜେପି ବିଜୟୀ ହେବେ। ଆଜି ରାଉରକେଲାକୁ ଗସ୍ତରେ ଆସିଥିବା ଏହା କହିଛନ୍ତି ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଶ୍ରୀ ତୋମାର ରାଉରକେଲାରେ ଏକ ହୋଟେଲରେ ଆୟୋଜିତ ଦଳୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସୁନ୍ଦରଗଡ଼ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ ସଭାପତିଙ୍କ ସମେତ ଲୋକସଭା ଓ ବିଧାନସଭାର ପ୍ରାୟ ସମସ୍ତ ପ୍ରାର୍ଥୀ ଉପସ୍ଥିତ ଥିଲେ। ରୁଦ୍ଧଦ୍ବାର ବୈଠକରେ ଉଭୟ ନେତା ଓ ପ୍ରାର୍ଥୀମାନଙ୍କୁ ସେ ବିଜୟର ଗୁରୁମନ୍ତ୍ର ଦେଇଥିଲେ। ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ନିଜର ଦାୟିତ୍ବକୁ କିଭଳି ସମ୍ପାଦନ କରିବେ ସେ ନେଇ ମାର୍ଗଦର୍ଶନ କରିଥିଲେ।

ଶ୍ରୀ ତୋମାର ସଂଚାଳନ ସମିତିର ଉଦ୍ଦେଶ୍ୟ ଓ ପରିଚାଳନା କିଭଳି କ୍ରିୟାଶୀଳ କରାଯିବ, ତା’ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ତୋମାର କହିଥିଲେ, ଆସନ୍ତା ଦୁଇଦିନ ମଧ୍ୟରେ ରାଉରକେଲା ବିଧାନସଭା ପ୍ରାର୍ଥୀ ଘୋଷଣା କରାଯିବ। ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣିମା କେରକେଟା, ବରିଷ୍ଠନେତା ରଞ୍ଜନ ପଟେଲ, ତଳସରା ବିଧାୟକ ପ୍ରାର୍ଥୀ ଭବାନୀ ଭୋଇ, ନରସିଂହ ମିଞ୍ଜ, କୁସୁମ ଟେଟେ, ଶଙ୍କର ଓରାମ, ଦୁର୍ଗା ତନ୍ତୀ ଓ ଜିଲ୍ଲା ପାନପୋଷ ଲୋକସଭା ନିର୍ବାଚନ ସଞ୍ଚାଳନ କମିଟି ପ୍ରଭାରୀ ଦିନେଶ ଜୈନ, ସଂଯୋଜକ ବଟ କୃଷ୍ଣ ମିଶ୍ର ଓ ବିସ୍ତାରକ ଆଶିଷ ଠାକୁର ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ଅନୀଲ ବାର୍ଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ପ୍ରମିଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button