ସାବାଡ଼୍ ପାଇଁ ନୂଆ ସୂତ୍ର: ମଦ ପିଇ ଗାଡ଼ି ଚଳାଇଲେ ବାର୍ ମାଲିକ ଦାୟୀ – Kalinga News

[ad_1]
ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ମଦ ବିକ୍ରେତାଙ୍କୁ ସାମଲ
ଭୁବନେଶ୍ବର: ମଦ ପିଇ ଗାଡ଼ିଚାଳନା (ଡ୍ରଙ୍କେନ୍ ଡ୍ରାଇଭିଂ) ରୋକିବା ଅଭିଯାନକୁ ସଫଳ କରିବାକୁ କମିସନରେଟ୍ ପୁଲିସ ନୂଆ ଯୋଜନା ଆଣିବାକୁ ଯାଉଛି। ଏହି ଅଭିଯାନରେ ବାର୍ ମାଲିକମାନଙ୍କୁ ସାମିଲ କରାଯିବ। ବାର୍ ମାଲିକମାନେ ବି ଏଣିକି ଗ୍ରାହକଙ୍କ ସୁରକ୍ଷାର ଦାୟିତ୍ବ ନେବେ ଏବଂ ସେ ଦିଗରେ ଚେଷ୍ଟା କରିବେ। ସେମାନେ ବେପାରରୁ ଲାଭ କରିବାପାଇଁ ଯେତିକି ଗୁରୁତ୍ବ ଦେଉଛନ୍ତି, ଗ୍ରାହକଙ୍କ ସୁରକ୍ଷାକୁ ବି ସମାନ ଅନୁପାତରେ ପ୍ରାଥମିକତା ଦେବେ। ଏଥିପାଇଁ କମିସନରେଟ୍ ପୁଲିସ ମାର୍ଗଦର୍ଶିକା ଆଣିବାକୁ ସବୁ ପ୍ରସ୍ତୁତି ଶେଷକରିଛି। ବିଦେଶରେ ଏହି ଢାଞ୍ଚା ଚାଲିଛି ଏବଂ କମିସନରେଟ୍ ପୁଲିସ ବର୍ତ୍ତମାନଠାରୁ ସେହି ଢାଞ୍ଚାକୁ ଆପଣେଇବ।
Sambad is now on WhatsApp
Join and get latest news updates delivered to you via WhatsApp
ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ମଦ ବିକ୍ରେତାଙ୍କୁ ସାମଲ
ଆସିବ ପୁଲିସ ମାର୍ଗଦର୍ଶିକା, କାର୍ଯ୍ୟକାରୀ ହେବ ବିଦେଶୀ ଢାଞ୍ଚା
ଏଣିକି କମିସନରେଟ୍ ପୁଲିସ ଅଞ୍ଚଳରେ ଥିବା କୌଣସି ବାର୍କୁ ଗ୍ରାହକ ଆସିଲେ, ତାଙ୍କୁ ମଦ ଯୋଗାଇବା ପୂର୍ବରୁ ସେ କେଉଁ ଗାଡ଼ିରେ ଆସିଛନ୍ତି ଓ ଚାଳକ କିଏ, ସେ ସଂପର୍କରେ ପଚାରି ବୁଝିବେ ବାର୍ ମାଲିକ। ଦାୟିତ୍ବବାନ ମାଲିକ ହିସାବରେ ସେ ଚାଳକଙ୍କୁ ମଦ ପିଇବାକୁ ବାରଣ କରିବେ। ତାହା ଯଦି କରି ନପାରିବେ, ତେବେ ଚାଳକଙ୍କୁ ଅତ୍ୟଧିକ ମଦ ପିଇବାକୁ ଦେବେନାହିଁ ଏବଂ ସେଥିପାଇଁ ତାଙ୍କୁ ବୁଝାଇବେ। ସବୁ ବାର୍ରେ ଏଣିକି ‘ଆଲ୍କୋହଲ୍ ମିଟର୍’ ରହିବ। ଡ୍ରଙ୍କେନ୍ ଡ୍ରାଇଭିଂର ଭୟାବହତା ସମ୍ପର୍କିତ ସତର୍କତା ଫଳକ ମଧ୍ୟ ବାର୍ରେ ଲଗାଯିବ। ଅନେକ ଉନ୍ନତ ଦେଶରେ ଏହି ନିୟମ ରହିଛି, ଯାହାର ସୁଫଳ ମଧ୍ୟ ମିଳିଛି। ତେଣୁ ଦ୍ବୈତନଗରୀରେ ଏହି ନିୟମ କାର୍ଯ୍ୟକାରୀ କରାଇବାକୁ କମିସନରେଟ୍ ପୁଲିସ ଯୋଜନା ପ୍ରସ୍ତୁତ କରୁଛି। ବାର୍ ସହିତ ସମସ୍ତ ଅନ୍ ବା ଅଫ୍ ଆଲକୋହଲ୍ ସପ୍କୁ ବି ଏହି ଅଭିଯାନରେ ସାମିଲ କରାଯିବ। କମିସନରେଟ୍ ପୁଲିସ ଯେଉଁ ମାର୍ଗଦର୍ଶିକା ଆଣିବ, ତାକୁ ପାଳନ କରିବାକୁ ବାର୍ ମାଲିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯିବ। ଡ୍ରଙ୍କେନ୍ ଡ୍ରାଇଭିଂ ଯାଞ୍ଚ କଲାବେଳେ ମଦ୍ୟପ ଗାଡ଼ିଚାଳକ କେଉଁଠୁ ମଦ ପିଇ ଆସିଛି, ପୁଲିସ ତାକୁ ଯାଞ୍ଚ କରିବ ଏବଂ ସେହି ବାଟରେ ନିୟମ ଉଲ୍ଲଂଘନ କରି ମଦ ବିକ୍ରି କରିଥିବା ବାର୍ ମାଲିକଙ୍କ ପାଖରେ ପହଞ୍ଚିବ।
ଏହି ନୂଆ ନିୟମ ପୁଲିସର ସେଫ୍ ସିଟି ଡ୍ରାଇଭ୍ ଅଭିଯାନକୁ ଅଧିକ ଫାଇଦା ଦେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଡ୍ରଙ୍କେନ୍ ଡ୍ରାଇଭିଂକୁ ରୋକିବାକୁ କମିସନରେଟ୍ ପୁଲିସ ଚଳାଇଥିବା ଅଭିଯାନରେ ବହୁ ମଦୁଆ ଚାଳକଙ୍କୁ ଜରିମାନା କରାଯାଉଛି। ବହୁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଉଛି। ଗାଡ଼ିକୁ ଜବତ ମଧ୍ୟ କରାଯାଉଛି। ଏହାସତ୍ତ୍ବେ ଡ୍ରଙ୍କେନ୍ ଡ୍ରାଇଭିଂ କମୁନାହିଁ କି ସେଥିଯୋଗୁଁ ଘଟୁଥିବା ଦୁର୍ଘଟଣା କମିବାର ନାଁ ନେଉନାହିଁ। ତେବେ ପୁଲିସର ଏହି ଅଭିଯାନରେ ବାର୍ ମାଲିକମାନେ ଯୋଡ଼ି ହେବାପରେ କିଛିଟା ଭଲଫଳ ମିଳିବ ବୋଲି ଆଶା କରାଯାଉଛି।
[ad_2]




