ଅପରାଧ

ଜବତ ଗଞ୍ଜେଇ ପୋଡ଼ିଦେଲେ ଗ୍ରାମବାସୀ: ଧରପଗଡ଼ ପାଇଁ ଯାଇ ପୁଲିସ ହଟହଟା – Kalinga News

[ad_1]

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ପଞ୍ଚାୟତ ବରିକିଆ ଗ୍ରାମକୁ ଗଞ୍ଜେଇ ଧରପଗଡ଼ ପାଇଁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡ଼ିଛି। ଗ୍ରାମବାସୀ ଚଢ଼ଉକୁ ଦୃଢ଼ ପ୍ରତିବାଦ କରିବା ସହ ଠେଙ୍ଗାବାଡ଼ି ଧରି ପୁଲିସ ଟିମ୍‌କୁ ଆକ୍ରମଣ ଉଦ୍ୟମ କରିବା ସହ ଠେଲାପେଲା କରିଥିଲେ। ଫଳରେ କିଛି ସମୟ ଧରି ଗ୍ରାମବାସୀ ଓ ପୁଲିସ ଟିମ୍ ମଧ୍ୟରେ ଛକାପଞ୍ଝା ହୋଇଥିଲା। ଜବତ ଗଞ୍ଜେଇକୁ ଗ୍ରାମବାସୀ ପୁଲିସଠୁ ଛଡ଼ାଇ ନେଇ ନିଆଁ ଲଗାଇ ଦେଇଥିଲେ। ଏନେଇ ବାଲିଗୁଡ଼ା ଥାନା କେସ୍ ନମ୍ବର ୧୦୨/୨୪ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ବାଲିଗୁଡ଼ା ଏସ୍‌ଡିପିଓ ରୋହିତ ଗୋଏଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଆଜି ସକାଳେ ବରିକିଆ ଗ୍ରାମ ନିକଟ ଜଙ୍ଗଲରେ ଚଢ଼ଉ କରାଯାଇଥିଲା। ଚାଲାଣ ପାଇଁ ଜଙ୍ଗଲରେ ରଖାଯାଇଥିବା ଗଞ୍ଜେଇ ଖୋଜିବାକୁ ପୁଲିସ ଟିମ୍ ଦୁଇଭାଗରେ ବିଭକ୍ତ ହୋଇଥିଲେ। ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ପୁଲିସ ଗଞ୍ଜେଇ ବସ୍ତାଗୁଡ଼ିକୁ ଦୁଇଟି ଗାଡ଼ିରେ ରଖିଥିଲେ। ଗୋଟିଏ ଟିମ୍ ପ୍ରଥମ ଗାଡ଼ିରେ ଗଞ୍ଜେଇ ନେଇ ଥାନାକୁ ଯାଇଥିବା ବେଳେ ପଛରେ ଆସୁଥିବା ଅନ୍ୟ ଏକ ଗାଡ଼ିରେ ଥିବା ଟିମ୍‌କୁ ଗ୍ରାମବାସୀ ଅଟକାଇଥିଲେ। ଗଛ କାଟି ରାସ୍ତା ଅବରୋଧ କରିବା ସହ ‘କାହିଁକି ଗାଁକୁ ଆସିଥିଲ ଓ ଗଞ୍ଜେଇ କୁଆଡ଼େ ନେଉଛ’ ବୋଲି ପ୍ରଶ୍ନ କରିଥିଲେ। ଥାନାଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଠେଙ୍ଗାରେ ଆକ୍ରମଣ ଉଦ୍ୟମ ସହ ଠେଲାପେଲା କରିଥିଲେ। ପରେ ଜବତ ହୋଇଥିବା ପାଖାପାଖି ଦୁଇ କ୍ବିଣ୍ଟାଲ୍‌ ଗଞ୍ଜେଇକୁ ପୁଲିସ ଗାଡ଼ିରୁ ଟାଣି ଆଣି ନିଆଁ ଲଗାଇ ପୋଡ଼ି ଦେଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଭିଡିଓ ଫୁଟେଜ୍‌କୁ ଯାଞ୍ଚ କରାଯାଇଥିବା ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button