ଅପରାଧ

‘ବେପରୁଆ ଗାଡି ଚାଳନା’କୁ ନେଇ ତାମିଲନାଡୁ ସାଂସଦଙ୍କ ପୁଅର କାର୍‌କୁ ଭଙ୍ଗାରୁଜା – Kalinga News

[ad_1]

ଚେନ୍ନାଇ: ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମେ୍‌କ) ସାଂସଦ ଗିରିରାଜନଙ୍କ ପୁଅଙ୍କ କାର୍‌କୁ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି।

ଗିରିରାଜନଙ୍କ ପୁଅ ସେନ୍ଥମିଜ୍‌ ଓ ତାଙ୍କ ସହପାଠୀମାନେ ତାମିଲନାଡୁର ମହାବଳୀପୁରମ୍‌ ସହରକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ତିରୁକାଝୁକୁନ୍ଦ୍ରମ୍‌ ନିକଟରେ କିଛି ଲୋକ ସେମାନଙ୍କୁ ଅଟକାଇ ଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସେ (ସାଂସଦଙ୍କ ପୁଅ) ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିଲେ, ଯାହାଫଳରେ ଜଣେ ଦୁଇ ଚକିଆ ବାଇକ୍‌ ଆରୋହୀଙ୍କ ସହ ଧକ୍କା ହୋଇଥିଲା।

ଚେଙ୍ଗଲପଟ୍ଟୁ ପୁଲିସ ସହ ସେନ୍ଥାମିଜାନ ଏବଂ ତାଙ୍କ ସାଙ୍ଗମାନଙ୍କର ଗଣ୍ଡଗୋଳ ହେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ଗିରିରାଜନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣାୁ ଅସ୍ୱୀକାର କରି ଡିଏମକେ ନେତା ଦାବି କରିଛନ୍ତି ଯେ ଆଇନ ବିଦ୍ୟାଳୟର ଶେଷ ବର୍ଷରେ ପଢୁଥିବା ତାଙ୍କ ପୁଅ ମହାବଳୀପୁରମର ଏକ ମନ୍ଦିରକୁ ଯାଇଥିଲେ।

ସାଂସଦ ଦାବି କରିଛନ୍ତି ଯେ ଏକ ଦୁଇ ଚକିଆ ଯାନ ତାଙ୍କ ପୁଅର କାର୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରିଥିଲା ଏବଂ ଏକ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ ଏହା ପରେ ଉତ୍ତ୍ୟକ୍ତ ବାଇକ୍‌ ଚାଳକମାନେ କାର୍‌ ଉପରକୁ ପଥର ଫିଙ୍ଗିଥିଲେ ଏବଂ ଏହାର ପଛ କାଚ ଭାଙ୍ଗି ଦେଇଥିଲେ।

ଗିରିରାଜନ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲା ଆପୋସ ବୁଝାମଣାରେ ସମାଧାନ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button