ରାଜନୀତି

ବିଜେପି ପଦଯାତ୍ରାରେ ଗଣ୍ଡଗୋଳ, ଚିଲିକା ବିଧାୟକଙ୍କ ନାଁରେ ମାମଲା – Kalinga News

[ad_1]

ଜଙ୍କିଆ: ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଆଜି ଆଉ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ତାଙ୍କ ନାମରେ ୧୦ଟି ମାମଲା ଥିବା ବେଳେ ଏହି ମାମଲାକୁ ମିଶାଇ ସଂଖ୍ୟା ୧୧ରେ ପହଞ୍ଚିଛି। ଛଣଗିରି ଗାଁରେ ବିଜେପିର ପଦଯାତ୍ରା ଚାଲିଥିବା ବେଳେ ଜଣେ ସାମ୍ବାଦିକଙ୍କ ମୋବାଇଲ୍‌ ଛଡ଼ାଇ ନେବା ଓ ଧକ୍କା ମାରିବା ଅଭିଯୋଗରେ ଜଙ୍କିଆ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଛଣଗିରି ଗାଁର ଗୋପୀନାଥ ମନ୍ଦିର ନିକଟରେ ଆଜି ଅପରାହ୍‌ଣରେ ଏଥିରେ ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଦଯାତ୍ରା କରୁଥିଲେ। । ତେବେ ପଦଯାତ୍ରା ଚାଲିଥିବା ବେଳେ କୌଣସି କାରଣକୁ ନେଇ ଛଣଗିରି ଭୋଇସାହିରେ ହୋହଲ୍ଲା ଓ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳର ଚିତ୍ରକୁ ସାମ୍ବାଦିକ ପ୍ରକାଶ ହାତୀ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ବେଳେ ହଠାତ୍‌ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କ ନିକଟକୁ ମାଡ଼ିଆସି ହାତରୁ ମୋବାଇଲ୍ ଛଡ଼ାଇ ନେବା ସହିତ ତାଙ୍କୁ ଧମକଚମକ ଦେଇଥିଲେ। ତାଙ୍କୁ ଧକ୍କା ମାରିବା ସହିତ ଗାଳିଗୁଲଜ କରିଥିବା ନେଇ ସାମ୍ବାଦିକ ଶ୍ରୀ ହାତୀ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଜଙ୍କିଆ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ସମ୍ପର୍କରେ ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାରୁତୁମ୍ଭରା କର କହିଛନ୍ତି, ଏତଲା କ୍ରମେ କେସ୍‌ ନମ୍ବର ୧୩୧ରେ ଏକ ମାମଲା ରୁଜୁ କରାଯାଇଛି। ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବ ସାମ୍ବାଦିକ ଶ୍ରୀ ହାତୀଙ୍କୁ ଧମକ ଦେଇଛନ୍ତି, ଅସଦାଚରଣ କରିଛନ୍ତି ଓ ତାଙ୍କର ମୋବାଇଲ୍ ଛଡ଼ାଇ ନେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଥିବା ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button