ମେ’ ପ୍ରଥମ ସପ୍ତାହରେ କୋରାପୁଟ, ରାୟଗଡ଼ା ଆସିବେ ସୋନିଆ ଓ ରାହୁଲ – Kalinga News

[ad_1]
କୋରାପୁଟ: ସାଧାରଣ ନିର୍ବାଚନ-୨୦୨୪ ପ୍ରଚାର ପାଇଁ ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ତିନି ଦଳର ନେତାମାନେ ଜନସଂପର୍କ ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ପ୍ରସ୍ତୁତ ହୋଇଛି। ଆସନ୍ତା ମେ’ ପ୍ରଥମ ସପ୍ତାହରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ। ସେମାନେ କେରାପୁଟ, ଜୟପୁର, ରାୟଗଡ଼ା ଓ ଗୁଣପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ ସୋ’ ଓ ପ୍ରଚାର କରିବେ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏହି ନିର୍ବାଚନ ପ୍ରଚାର ସମୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ ରେଡ୍ଡୀ ମଧ୍ୟ ସାମିଲ ରହିବେ।

Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୮ଟି ଲୋକସଭା ଓ ୪୯ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ନିର୍ବାଚନରେ ପ୍ରଚାର ପାଇଁ ୫୯ ଜଣିଆ ତାଲିକା ପ୍ରକାଶ କରିଛି।
ସୂଚନାଯୋଗ୍ୟ, କୋରାପୁଟ ସମେତ କଳାହାଣ୍ଡି, ନବରଂଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହାର ଅଧୀନ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଗାମୀ ମେ’ ୧୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ।
[ad_2]