ରାଜନୀତି

ସନ୍ଦେଶଖାଲି ଗସ୍ତ ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମିଳିଲା ହାଇକୋର୍ଟଙ୍କ ଅନୁମତି – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ତଥା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତା ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଅଶାନ୍ତ ସନ୍ଦେଶଖାଲି ଗସ୍ତ ପାଇଁ କଲିକତା ହାଇକୋର୍ଟ ଅନୁମତି ଦେଇଛନ୍ତି। ଏଥିସହ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କୁ ତାଙ୍କ ଗସ୍ତର ରୁଟ୍‌ ମ୍ୟାପ୍‌ ପ୍ରଦାନ କରିବାକୁ କୋର୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ କୌଶିକ ଚନ୍ଦ ଭାରତୀୟ ଜନତା ପାର୍ଟି ନେତାଙ୍କୁ ଗସ୍ତ କାଳରେ ଅଶାନ୍ତ ଅଞ୍ଚଳରେ କୌଣସି ଉତ୍ତେଜନାମୂଳକ ଭାଷଣ ନଦେବାକୁ କିମ୍ବା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଂପ୍ରତି କିଛି ସ୍ଥାନୀୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାଙ୍କ ଦ୍ୱାରା ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗକୁ ନେଇ ପ୍ରତିବାଦ ହେଉଥିବା ସନ୍ଦେଶଖାଲି ଗସ୍ତ ସମୟରେ ନନ୍ଦିଗ୍ରାମର ବିଜେପି ବିଧାୟକ ଅଧିକାରୀଙ୍କୁ ତାଙ୍କର ଗସ୍ତ କାଳରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତୃଣମୂଳ କଂଗ୍ରେସର ଦୁଇ ନେତା ଉତ୍ତର ୨୪ ପ୍ରଗଣା ଜିଲ୍ଲା ପରିଷଦ ସଭ୍ୟ ଶିବ ପ୍ରସାଦ ହାଜରା ଏବଂ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା ଉତ୍ତମ ସର୍ଦ୍ଦାରଙ୍କୁ ପୁଲିସ ଗିରଫ କରିବା ସହ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରିଛି।

ଉଲ୍ଲେଖଯୋଗ୍ୟ, ସନ୍ଦେଶଖାଲି ଯାଇ ଅତ୍ୟାଚାରରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ପାଇଁ ଅନୁମତି ଦେବାକୁ ଅଧିକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button