ମନୋରଞ୍ଜନ

ନିଜ ବିବାହକୁ ଗୋପନ ରଖିବା ପାଇଁ ଯୋଜନା କରିନଥିଲେ ତାପସୀ – Kalinga News

[ad_1]

ମୁମ୍ବାଇ: ନିକଟରେ ନିଜର ଦୀର୍ଘ ଦିନର ପ୍ରେମିକ ତଥା ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ଅଭିନେତ୍ରୀ ତାପସୀ ପାନ୍ନୁ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିବା କଥା ଚର୍ଚ୍ଚା ହେଉଥିଲା। ତେବେ ତାପସୀ ନିଜ ଆଡୁ ଏହି ବିବାହ ବିଷୟରେ କହୁନଥିବାରୁ ସେ ଗ‌ୋପନରେ ବାହା ହୋଇଛନ୍ତି ବୋଲି ଆଲୋଚନା ହେଲା।

ହେଲେ ଏବେ ତାପସୀ ସେ ସଂପର୍କରେ ନିଜର ମତ ରଖିଛନ୍ତି। ଅଭିନେତ୍ରୀ ତାପସୀ କହିଛନ୍ତି ଯେ ସେ ତାଙ୍କ ବିବାହର ଫଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିବେ ନାହିଁ। ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିବାହ ଉତ୍ସବ ସର୍ବସାଧାରଣରେ ପ୍ରଘଟ ହେଉ ବୋଲି ସେ ଚାହୁଁନାହାନ୍ତି। ସେ ଆହୁରି ବି କହିଛନ୍ତି କି ବିବାହକୁ କେବେବି ଗୁପ୍ତ ରଖିବା ଉଦେଶ୍ୟ ନଥିଲା; ମାତ୍ର ମୁଁ ଏହାକୁ ଏକ ସାର୍ବଜନୀନ କାର୍ଯ୍ୟ କରିବାକୁ ଚାହୁଁନଥିଲି।’’

ଉଲ୍ଲେଖଯୋଗ୍ୟ, ୨୦୧୩ରେ ହୋଇଥିବା ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ । ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ କ‌ାହାକୁ କିଛି ନକହି ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିବା ଖବର କିଛି ଦିନ ତଳେ ଭାଇରାଲ ହୋଇଥିଲା, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button