ରାଜନୀତି

ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ: ଓଡ଼ିଶା, ପଶ୍ଚିମବଙ୍ଗରେ ୧ନଂ. ହେବ ବିଜେପି! – Kalinga News

[ad_1]

କଂଗ୍ରେସ ବିଫଳ ହେଲେ ରାହୁଲ ବିରତି ନିଅନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଦକ୍ଷିଣ ଓ ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବିଜେପିର ଉଲ୍ଲେଖନୀୟ ଉତ୍ଥାନ ଘଟିବ ବୋଲି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ପୂର୍ବ ଓ ଦକ୍ଷିଣ ଭାରତରେ ବିଜେପି ଅନେକ ଆସନ ଯୋଡ଼ିବ ଏବଂ ତାମିଲନାଡୁରେ ଭୋଟ୍ ପ୍ରତିଶତରେ ବ୍ୟାପକ ବୃଦ୍ଧି ଘଟିବ। ପ୍ରଶାନ୍ତ କିଶୋର କହିଛନ୍ତି, ବର୍ଷେ ତଳେ ମୁଁ କହିଥିଲି ଯେ ପ୍ରଥମ ଥର ପାଇଁ ମୁଁ ତାମିଲନାଡୁରେ ବିଜେପିକୁ ଭୋଟ୍ ପ୍ରତିଶତ ଦୃଷ୍ଟିରୁ ଦୁଇ ଅଙ୍କରେ ଦେଖୁଛି। ତେଲେଙ୍ଗାନାରେ ସେମାନେ (ବିଜେପି) ପ୍ରଥମ କିମ୍ବା ଦ୍ବିତୀୟ ଦଳ ହେବେ, ଯାହା ଏକ ବଡ଼ କଥା। ଓଡ଼ିଶାରେ ସେମାନେ ନିଶ୍ଚିତ ଭାବେ ଏକ ନମ୍ବର ହେବେ।

ପଶ୍ଚିମବଙ୍ଗରେ ବି ବିଜେପି ଏକ ନମ୍ବର ଦଳ ହେବାକୁ ଯାଉଛି। ତେବେ ଆଗାମୀ ନିର୍ବାଚନରେ ବିଜେପି ୩୭୦ ଆସନ ଅତିକ୍ରମ କରିବାର ସମ୍ଭାବନା ନାହିଁ ବୋଲି ସେ ପୂର୍ବାନୁମାନ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସେ ପରାମର୍ଶ ଦେଇଛନ୍ତି ଯେ ଯଦି ଦଳ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଏ ତେବେ ସେ ଇସ୍ତଫା ଦିଅନ୍ତୁ ଏବଂ ବିରତି ନିଅନ୍ତୁ। କଂଗ୍ରେସ, ସମାଜବାଦୀ ପାର୍ଟି, ଆର୍‌ଜେଡି, ଏନ୍‌ସିପି ଓ ତୃଣମୂଳ କଂଗ୍ରେସ ଭଳି ଦଳ ନିଜ ନିଜ କ୍ଷେତ୍ରରେ ବିଜେପିକୁ ମୁକାବିଲା କରିବାରେ ଅସମର୍ଥ ହୋଇଥିବାରୁ ବିଜେପି ବିଜୟୀ ହେଉଥିବା ପ୍ରଶାନ୍ତ କିଶୋର କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button