ରାଜନୀତି

ଭୁବନେଶ୍ବରରେ ଆଜି ଭୋଟ୍‌: ୪୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା – Kalinga News

[ad_1]

ସହରବାସୀ ବାଛିବେ ସେମାନଙ୍କ ନେତା, ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ

ଭୁବନେଶ୍ବର: ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ। ଏଥିରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଭୁବନେଶ୍ବର ଲୋକସଭା ପାଇଁ ମତଦାତାମାନେ ମତାଧିକାର ସାବ୍ୟସ୍ତ କରିବେ। ତେଣୁ ବୁଥ୍‌ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପୋଲିଂ ଅଧିକାରୀମାନେ ନିଜ ନିଜ ସ୍ଥାନକୁ ଯାଇଛନ୍ତି। ଶନିବାର ଠିକ୍ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଭୁବନେଶ୍ବର ଲୋକସଭା ଆସନ ସମେତ ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୪୯ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା ହେବ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ଥିବା ବେଳେ ଭୁବନେଶ୍ବର ଉତ୍ତରରେ ୧୨, ଏକାମ୍ରରେ ୧୨ ଜଣ ପ୍ରାର୍ଥୀ ରହିଛନ୍ତି। ଏଥିସହ ଭୁବନେଶ୍ବର ଲୋକସଭା ପାଇଁ ୧୨ଜଣ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୯ ଜଣଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ସହରବାସୀ। ଯାହା ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବ ସେ ହିଁ ଜୁନ୍‌ ୪ ତାରିଖରେ ବିଜୟ ମୁକୁଟ ପିନ୍ଧିବ। ତେଣୁ ପ୍ରାର୍ଥୀମାନେ ଆଜି ନିର୍ବାଚନ ପୂର୍ବରୁ କିଛି ଅଞ୍ଚଳରେ ଲୁଚାଛପା ପ୍ରଚାର କରିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଉ କିଛି ପ୍ରାର୍ଥୀ ଶନିବାର ସକାଳୁ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସ୍ଥାନରେ ଅଖଣ୍ଡ ଦୀପ ଜାଳିବାକୁ ନିଷ୍ପତ୍ତି ନେଇଛନ୍ତି। ୪୯ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେଉଁ ୪ଜଣ ବିଜୟ ମୁକୁଟ ପିନ୍ଧିବେ ତାହା ଏହି ମତଦାତାମାନେ ନିଷ୍ପତ୍ତି ନେବେ।

ସହରବାସୀ ବାଛିବେ ସେମାନଙ୍କ ନେତା
ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ
ଭୁବନେଶ୍ବର ମଧ୍ୟର ସମସ୍ତ ବୁଥ୍‌ ‘ସଖୀ’
୮୮ ଅତିସମ୍ବେଦନଶୀଳ ବୁଥ୍‌, ମଧ୍ୟରେ ସର୍ବାଧିକ

ମତଦାନ ନିମନ୍ତେ ପୋଲିଂ ପାର୍ଟିଗୁଡ଼ିକ ଆଜି ଦ୍ୱିତୀୟ ଦିନରେ ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର ଉତ୍ତରରେ ୨୫୪, ଏକାମ୍ରରେ ୨୩୭ଟି ବୁଥ୍‌ ରହିଛି। ଭୁବନେଶ୍ୱର ମଧ୍ୟରେ ୨ଲକ୍ଷ ୧୯ହଜାର ୧୭୧, ଭୁବନେଶ୍ୱର ଉତ୍ତରରେ ୨ଲକ୍ଷ ୮୫ହଜାର ୭୪୦, ଏକାମ୍ରରେ ୨ଲକ୍ଷ ୬୯ ହଜାର ୧୯୪ ମତଦାତା ରହିଛନ୍ତି। ମଧ୍ୟ ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍‌କୁ ‘ସଖୀ’ ବୁଥ୍‌ କରାଯାଇଛି। ଉତ୍ତରରେ ୬୦ ଓ ଏକାମ୍ରରେ ୭୧ଟି ବୁଥ୍‌ ମହିଳାଙ୍କ ଦ୍ବାରା ପରିଚାଳିତ ହେବ। ସେପଟେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୨ଟି ଅତି ସମ୍ବେଦନଶୀଳ ଓ ୪ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ଭୁବନେଶ୍ୱର ଉତ୍ତରରେ ୨୭ଟି ଅତି ସମ୍ବେଦନଶୀଳ ଓ ୪ଟି ସମ୍ବେଦନଶୀଳ ଏବଂ ଏକାମ୍ରରେ ୨୯ଟି ଅତି ସମ୍ବେଦନଶୀଳ ଓ ୩ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। ମଧ୍ୟ ନିର୍ବାଚନମଣ୍ଡଳୀର ୧୧୯ଟି, ଭୁବନେଶ୍ୱର ଉତ୍ତରର ୧୪୯ଟି ଓ ଏକାମ୍ରର ୧୩୭ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ।

ମତଦାନ କେନ୍ଦ୍ରଗୁଡ଼ିକରେ ଧାଡ଼ିରେ ଛିଡ଼ା ହେବାକୁ ଥିବା ଲୋକ ଯେପରି ଛାଇରେ ରହିବେ, ସମସ୍ତଙ୍କୁ ପିଇବା ପାଣି ଯୋଗାଇ ହେବ, ଭିନ୍ନକ୍ଷମମାନେ ହୁଇଲ୍‌ ଚେୟାରରେ ବୁଥ୍‌ ଭିତରକୁ ଯିବେ ସେନେଇ ବ୍ୟବସ୍ଥା ହୋଇଛି। କେଉଁଠି ପୋଲିଂ ଅଧିକାରୀ, ପ୍ରିଜାଇଡିଂ ଅଧିକାରୀ ବସିବେ, କିଏ ହାତରେ କାଳି ଲଗାଇବେ, କିଏ ତାଲିକା ଥିବା ନାମ ସହ ମତଦାତାଙ୍କ ନାମ ମିଳାଇବେ, କେଉଁଠି ବିଭିନ୍ନ ଦଳର ଏଜେଣ୍ଟ ବସିବେ ତାହା ଚିହ୍ନଟ ହୋଇଛି। ଭୋଟ୍‌ ଦେବାକୁ ଥିବା ସ୍ଥାନକୁ ଚାରିଆଡ଼ୁ ଆବଦ୍ଧ କରାଯିବା ସହ ଆବଶ୍ୟକୀୟ ଇଭିଏମ୍‌ ମେସିନ୍‌କୁ ଯାଞ୍ଚ କରି ରଖାଯାଇଛି। ଏଲ୍‌ଇଡି ଲଣ୍ଠନ ରଖିବା ଭଳି କାର୍ଯ୍ୟସବୁ ଆଜିଠାରୁ ପୋଲିଂ ଅଧିକାରୀମ‌ାନେ ଶେଷ କରିଛନ୍ତି। ସେହିପରି ଗତକାଲିର ବଳକା ଥିବା ଜୟଦେବର ୭୨ଟି ବୁଥ୍‌ ଓ ଜଟଣୀର ୭୬ଟି ବୁଥ୍‌ର ପୋଲିଂ ପାର୍ଟି ଆଜି ସେମାନଙ୍କ ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ମତଦାନ ହେବ। ଏହାପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୫ଟି ବିଧାନସଭା କ୍ଷେତ୍ରର ଇଭିଏମ୍‌ଗୁଡ଼ିକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ ଏବଂ ଜୁନ୍‌ ୪ ତାରିଖରେ ମତଗଣନା ହେବ। ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button