ରାଜନୀତି

ତାତୁଛି ‘ଜଳଛତ୍ର’ ରାଜନୀତି: ‘ଆମର୍‌ ବଲାଙ୍ଗିର୍‌’ ବନାମ ‘ପକ୍କା ବଲାଙ୍ଗିରିଆ’ – Kalinga News

[ad_1]

ବଲାଙ୍ଗୀର: ବଲାଙ୍ଗୀରରେ ବିଜେଡି ଓ କଂଗ୍ରେସ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି।ଏବେ ଜଳଛତ୍ର ଖୋଲିବାକୁ କେନ୍ଦ୍ରକରି ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଦୁଇଦିନ ତଳେ ବଲାଙ୍ଗୀର ସହରର ପାରଦ ୪୨ ଡିଗ୍ରି ଅତିକ୍ରମ କରିଥିଲା। ପୌର ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇନାହିଁ। କିନ୍ତୁ, କଳିକେଶ ସିଂହଦେଓଙ୍କ ନେତୃତ୍ବରେ ସହରର ବିଭିନ୍ନ ସ୍ଥାନରେ ‘ଆମର୍‌ ବଲାଙ୍ଗିର୍‌’ ବ୍ୟାନର୍‌ ଲଗାଇ ଜଳଛତ୍ର ଖୋଲାଯାଇଛି, ଯାହାକୁ କି ଉଦ୍‌ଘାଟନ କରିଥିଲେ ଅନଙ୍ଗଉଦୟ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁ। ତେବେ ଏହା ନିର୍ବାଚନ ଆଚରଣ ବିଧି ଉଲଂଘନ ବୋଲି କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି। ବ୍ୟକ୍ତିଗତ ଭାବେ ଖୋଲାଯାଉଥିବା ଜଳଛତ୍ରକୁ ପୌରାଧ୍ୟକ୍ଷା କିଭଳି ଉଦ୍‌ଘାଟନ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ, ଏବେ ସହରର ବିଭିନ୍ନ ସ୍ଥାନରେ ‘ପକ୍କା ବଲାଙ୍ଗିରିଆ’ ବ୍ୟାନର୍‌ ଥିବା ଜଳଛତ୍ର ଦେଖିବାକୁ ମିଳିଛି। ଦିନେ ଦୁଇଦିନ ଭିତରେ ଏସବୁର ଉଦ୍‌ଘାଟନ କରାଯିବ। ସୂଚନାଯୋଗ୍ୟ, ଏହି ଟ୍ୟାଗ୍‌କୁ ସମରେନ୍ଦ୍ର ବ୍ୟବହାର କରୁଛନ୍ତି। ଅର୍ଥାତ୍‌, କଳିକେଶଙ୍କୁ ଟକ୍କର୍‌ ଦେବାପାଇଁ ସେ ସମାନ ରଣନୀତି ଅବଲମ୍ବନ କରାଯାଇଛି। ଏହି ଘମାଘୋଟ ରାଜନୀତି ସହରବାସୀଙ୍କୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ତେବେ, ବିଜେପି ଆଗକୁ କ’ଣ କରିବ, ତାହା ଉପରେ ବି ସମସ୍ତଙ୍କ ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button