ସିଲି ପଏଣ୍ଟ; ଆୟରଙ୍କ ସ୍ମୃତିରେ ସୁନ୍ଦରୀ ପ୍ରଶଂସିକା – Kalinga News

[ad_1]
ଓଟିଟିରେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ରେ ଯୋଗଦେଇ କୋଲ୍କାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ୍ ଆୟର ନିଜ ଜୀବନର ଅନେକ ରୋଚକ ଦିଗ ଉପରୁ ପରଦା ଉଠାଇଛନ୍ତି। ସେ ଚୌକା, ଛକା ମାରିଲା ବେଳେ ଯେଉଁ ଝିଅମାନେ ‘ଶ୍ରେୟସ୍ ମୋତେ ବାହାହୁଅ’ ପ୍ଲାକାର୍ଡ ଧରିଥାନ୍ତି, କ୍ୟାମେରାମ୍ୟାନ୍ ସେହିମାନଙ୍କ ଉପରେ ହିଁ କ୍ୟାମେରା ଫୋକସ୍ କରିଥା’ନ୍ତି। ତେବେ ପରେ କେବେବି ତୁମେ ସେହି ଝିଅମାନଙ୍କ ଖୋଜ ଖବର ନେଇଛ? ବୋଲି କପିଲ ଶର୍ମା ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଆୟର ଅତୀତର ଏକ ମଜାଦାର ସ୍ମୃତିକୁ ରୋମନ୍ଥନ କରିଥିଲେ। ସେ କହିଥିଲେ, ଆଇପିଏଲ୍ରେ ମୁଁ ବ୍ୟକ୍ତିଗତ ଭାବେ ପ୍ରଥମ ଋତୁ ଖେଳୁଥାଏ। ଜଣେ ସୁନ୍ଦରୀ ଝିଅ ଦର୍ଶକ ଗ୍ୟାଲେରିରେ ବସିଥିବା ଦେଖି ମୁଁ ହାତ ହଲାଇ ତାଙ୍କୁ ଅଭିବାଦନ ଜଣାଇଥିଲି। ସେତେବେଳେ ଫେସ୍ବୁକ୍ ବେଶ୍ ଲୋକପ୍ରିୟ ଥିଲା। ସେହି ଝିଅଙ୍କଠାରୁ କିଛି ବି ପ୍ରତ୍ୟୁତ୍ତର ପାଇବି ବୋଲି ମୁଁ ଆଶା ରଖିଥିଲି। ଏଣୁ ବାରମ୍ବାର ମୁଁ ଫେସ୍ବୁକ୍ ଆକାଉଣ୍ଟ୍ ଦେଖୁଥିଲି। ଏହାକୁ ପରଖୁ ଥିଲି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ମେସେଜ୍ ପାଇନି। ସୁନ୍ଦରୀ ପ୍ରଶଂସକଙ୍କୁ ନେଇ କେବଳ ଏହି ଗୋଟିଏ ସୁଖଦ ଘଟଣା ମୋ ସହ ଘଟିଛି। ଯାହାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲିନି।

Sambad is now on WhatsApp
Join and get latest news updates delivered to you via WhatsApp
ମିଛ କହିଲେ, ଟେଲିଭିଜନ୍ ପରଦାରୁ ଧରାପଡିଲେ
ମିଛ କହି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଜଣେ ପ୍ରଶଂସିକା ହଟହଟା ହୋଇଛନ୍ତି। ସଂପୃକ୍ତ ପ୍ରଶଂସିକାଜଣକ ଆର୍ସିବିର ଏକ ମ୍ୟାଚ୍ ଦେଖିବାକୁ କାର୍ଯ୍ୟାଳୟରୁ ଆଗୁଆ ଘରକୁ ଯିବାକୁ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଘରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଗୁଆ କାର୍ଯ୍ୟାଳୟ ଛାଡ଼ିବାକୁ ସେ ବାଧ୍ୟ ହେଉଥିବା ସେତେବେଳେ ଦର୍ଶାଇଥିଲେ। ହେଲେ କିଛି ସମୟ ପରେ ଟେଲିଭିଜନ୍ ପରଦାରେ ସେ ଜଣେ ବନ୍ଧୁଙ୍କ ସହ ମ୍ୟାଚ୍ ଦେଖୁଥିବାର ଦୃଶ୍ୟ ଦେଖି ଉପରିସ୍ଥ ଅଧିକାରୀଜଣକ ଚକିତ ହୋଇଯାଇଥିଲେ। ପ୍ରଶାଂସିକା ମ୍ୟାଚ୍ର ମଜା ନେଉଥିଲା ବେଳେ ତାଙ୍କ ଅଜାଣତରେ କ୍ୟାମେରାମ୍ୟାନ୍ ତାଙ୍କ ଉପରେ ଫୋକସ୍ କରିଥିଲେ। ଘରେ ବସି ଅଧିକାରୀଜଣକ ଜାଣିବାକୁ ପାଇଥିଲେ ଯେ ଆଇପିଏଲ୍ ଦେଖିବାକୁ ସେ ମିଛ କହିଛନ୍ତି। ପରଦିନ ଏହି ବିଷୟ ସେ ମହିଳାଙ୍କୁ ପଚାରିଥିଲେ। ମିଛ କହିଥିବାରୁ ମହିଳା କର୍ମଚାରୀ କ୍ଷମା ମାଗି ନେଇଥିଲେ। ତେବେ ଆର୍ସିବି ମ୍ୟାଚ୍ ଦେଖିବାର ସୁଯୋଗ ହାତଛଡ଼ା ନକରିବା ଲାଗି ଏମିତି କରିଥିବା ସଫେଇ ଦେଇଥିଲେ। ଅଧିକାରୀଜଣକ କିନ୍ତୁ ଆର୍ସିବି ହାରିବା ତୁମକୁ ନିଶ୍ଚିତ ଦୁଃଖ ଦେଇଥିବ କହି ତାଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହି ଘଟଣା ମହିଳାଜଣକ ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିବା ପରେ ଏହା ଭାଇରାଲ୍ ହୋଇଛି।
[ad_2]