ଅପରାଧ

୪ ନକ୍ସଲ, ୨ ମିଲିସିଆ ଗିରଫ – Kalinga News

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ମାଓ ଦମନ କ୍ଷେତ୍ରରେ ପୁଣି ସଫଳତା ମିଳିଛି। ନିର୍ବାଚନ ପୂର୍ବରୁ ୪ଜଣ ନକ୍ସଲ ଓ ସେମାନଙ୍କୁ ସହଯୋଗ କରୁଥିବା ଦୁଇ ଜଣ ମିଲିସିଆଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ଅନେକ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ଲୋକସଭା ନିର୍ବାଚନକୁ ଭଣ୍ଡୁର କରିବାକୁ ମାଓବାଦୀ ଯୋଜନା କରିଛନ୍ତି। ଯାହାର ସୂଚନା ମିଳିବା ପରେ ଛତିଶଗଡ଼ ପୁଲିସ ଓ ଅର୍ଦ୍ଧସାମରିକ ବଳ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ନାକା ଲଗାଇ ସନ୍ଦିଗ୍ଧଙ୍କୁ ପଚରାଉଚୁରା ସହ ଯାଞ୍ଚ ଚାଲିଛି। ପଡ଼ୋଶୀ ରାଜ୍ୟକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ ବି ସିଲ୍‌ କରାଯାଇଛି। ଏହିକ୍ରମରେ ଡିଆର୍‌ଜି ଯବାନ ପାଟ୍ରୋଲିଂ ସମୟରେ କିଛି ସନ୍ଦିଗ୍ଧଙ୍କ ଗତିବିଧି ଅସ୍ବାଭାବିକ ଲାଗିବାରୁ ଅଟକାଇଥିଲେ। ପଚରାଉଚୁରା ସହ ଯାଞ୍ଚ କରିବାରୁ କିଛି ବିସ୍ଫୋରକ ସାମଗ୍ରୀ ମିଳିବାରୁ ‌ସମସ୍ତଙ୍କୁ ଗିରଫ କରାଯାଇଥିଲା। ଏମାନେ କେରଳାପାଲ ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି। ସହଯୋଗୀଙ୍କ ନିକଟକୁ ଏହି ବିସ୍ଫୋରକ ସାମଗ୍ରୀ ପଠାଉଥିବା ଅନୁମାନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ମାଓବାଦୀ କୌଣସି ପ୍ରକାର ଅଘଟଣ ଯେମିତି ଘଟାଇ ପାରିବେନାହିଁ ସେଥିପ୍ରତି ଗୁରୁତ୍ବ ଦେଇ ଗୁଇନ୍ଦା ବିଭାଗକୁ ସତର୍କ ରହିବାକୁ କୁହାଯାଇଛି ବୋଲି ପୁଲିସ ସୂଚନା ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button