ଖେଳ ଖବର

ବିଶ୍ଵ ଯୋଗ ଦିବସକୁ ଓଡ଼ିଶାରେ ବଡ଼ ଆକାରରେ ପାଳନ କରାଯିବ: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ – Kalinga News

[ad_1]

ଭୁବନେଶ୍ବର: କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ବ ଗ୍ରହଣ କରିବା ପରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଥିଲେ। ଏବେକା ସମୟରେ ରାଜ୍ୟରେ କ୍ରୀଡ଼ାକୁ ନେଇ କଣ କଣ ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।
କ୍ରୀଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ବିଗତ ଦିନରେ କି କି ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ। ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି। ଆମେ ଲକ୍ଷ୍ୟ ରଖିଛୁ ଯେତେବେଳେ ଓଡ଼ିଶା ଶତବାର୍ଷିକ ପୂରଣ କରିବ ସେତେବେଳେ ଓଡିଶା ବିଶ୍ଵ କ୍ରୀଡ଼ା ଜଗତରେ କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ହେବ। ଆଜି ଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ। ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି। ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣ ମୂଳସ୍ଥରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ।

ବାଇଟ -ସୂର୍ଯ୍ୟବଂଶୀ ସୁରଜ ,



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button