ରାଜନୀତି

କଂଗ୍ରେସ ଛାଡ଼ିଲେ ପ୍ରଫୁଲ୍ଲ ସୁନ୍ୟାନୀ: ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଲା – Kalinga News

[ad_1]

ରଘୁନାଥପାଲି ଟି‌େକଟ ଦୌଡ଼ରେ ସାମିଲ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ପୁରୁଖା କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଦଳ ଛାଡ଼ିଥିବା ଇସ୍ତଫାପତ୍ର‌ରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଶ୍ରୀ ସୁନ୍ୟାନୀ ଗତ ପ୍ରାୟ ୩୪ ବର୍ଷ ହେଲା କଂଗ୍ରେସ ସହ ଜଡ଼ିତ ଥିଲେ। ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି, ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ପିସିସି ଏସ୍‌ସି ସେଲ୍‌ ସଂଯୋଜକ, ପିସିସି ସମ୍ପାଦକ ପଦବିରେ ଥିଲେ। ଏହାସହ ସେ ୨୦୦୯ ସାଧାରଣ ନିର୍ବାଚନରେ ରଘୁନାଥପାଲି ଆସନରୁ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସକୁ ପରିତ୍ୟାଗ କରିଥିବା ଶ୍ରୀ ସୁନ୍ୟାନୀ ଆଗାମୀ ୧/୨ ଦିନ ଭିତରେ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ରଘୁନାଥପାଲି ଆସନରେ ଏଯାଏ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ପ୍ରଫୁଲ୍ଲଙ୍କ କଂଗ୍ରେସରୁ ଇସ୍ତଫା, ପ୍ରାର୍ଥୀ ଦୌଡ଼ରେ ଥିବା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି। ଏହି ଆସନରୁ ବିଜେଡି ଟି‌େକଟ ଦୌଡ଼ରେ ଅଛନ୍ତି ବିଧାୟକ ସୁବ୍ରତ ତରାଇ, ବିଜେପିରୁ ଆସି ବିଜେଡିରେ ମିଶିଥିବା ଜଗବନ୍ଧୁ ବେହେରା ଓ ପ୍ରଶାନ୍ତ ସେଠୀ । ଏବେ ଏଥିରେ ଯୋଡ଼ି ହୋଇଯାଇଛନ୍ତି ପ୍ରଫୁଲ୍ଲ। ବିଜେଡିରେ ସେ ଯଦି ଯୋଗ‌ଦିଅନ୍ତି, ଏଠାରେ ନୂଆ ରାଜନୈତିକ ସମୀକରଣ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ, ଖୁବ୍‌ଶୀଘ୍ର ଏନେଇ ଏକ ସ୍ପଷ୍ଟଚିତ୍ର ମିଳିବାର ସମ୍ଭାବନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button