କଳା ରଙ୍ଗ ବୋଲି… ଶିଶୁକନ୍ୟାକୁ ବିଷ ଦେଇ ହତ୍ୟା କଲା ବାପା – Kalinga News

[ad_1]
ବିଜୟୱାଡ଼ା: ଗୋରା ରଙ୍ଗ ପ୍ରତି ମନୁଷ୍ୟର ଆକର୍ଷଣ ବହୁ ପୁରାତନ ଓ ମନସ୍ତାତ୍ବିକ ଭାବେ ଗଭୀର ମଧ୍ୟ। ଏହି କଥା ଆଜି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣାରୁ ପୁଣି ପ୍ରମାଣିତ ହୋଇଛି। ଶରୀରର ବର୍ଣ୍ଣ କଳା ବୋଲି ନିଜର ୧୮ମାସର ନିଷ୍ପାପ କନ୍ୟା ସନ୍ତାନକୁ ବିଷ ଦେଇ ବାପା ହତ୍ୟା କରିଛି। ଅଭିଯୁକ୍ତ ବାପା ମହେଶକୁ ପୁଲିସ ଗିରଫ କରିଛି। ପୁଲିସ ସୂଚନାନୁସାରେ, ମହେଶର ଘର ପେଟାସାନେଗାଣ୍ଡେଲା। ତିନିବର୍ଷ ପୂର୍ବେ ସେ ବୋମାରାଜୁପଲ୍ଲୀର ଶ୍ରାବଣୀଙ୍କୁ ବିବାହ କରିଥିଲା। ୨୦୨୨ରେ ଶ୍ରାବଣୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଶିଶୁଟିର ବର୍ଣ୍ଣ କଳା ହୋଇଥିବାରୁ ଶ୍ବଶୁର ଘର ଲୋକେ ଶ୍ରାବଣୀଙ୍କୁ ନିର୍ଯାତନା ଦେଉଥିଲେ। ମାର୍ଚ୍ଚ ୩୧ ତାରିଖରେ ୧୮ ମାସର ଝିଅଟି ନିଶ୍ଚେତ ହୋଇ ପଡ଼ିଥିବା ଓ ନାକରୁ ରକ୍ତ ବାହାରୁଥିବା ଶ୍ରାବଣୀ ଦେଖିଥିଲେ। ଏନେଇ ପଚାରିବାରୁ ତାଙ୍କ ପତି ମହେଶ କହିଥିଲେ ଯେ ଝିଅର ଦେହ ହଠାତ୍ ଥରି ଉଠିଥିଲା ଏବଂ ନାକରୁ ରକ୍ତ ବାହାରିବା ପରେ ମୃତ୍ୟୁ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହାଶୁଣିବା ପରେ ଶ୍ରାବଣୀ ତୁରନ୍ତ କନ୍ୟାସନ୍ତାନକୁ ନେଇ କାରେମୁପୁଡ଼ି ସରକାରୀ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ। ମହେଶ ଶିଶୁର ମୃତଦେହକୁ ଆଣି ପୋତିଦେଇଥିଲେ। ଏହି ଘଟଣା ଶୁଣିବା ପରେ ଶ୍ରାବଣୀଙ୍କ ମା’ ଅର୍ଥାତ୍ ମହେଶଙ୍କ ଶାଶୂ ସନ୍ଦେହ ପ୍ରକାଶ କରିଥିଲେ। ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟକୁ ସେ ଏ ବାବଦରେ ଜଣାଇଥିଲେ। ସରପଞ୍ଚଙ୍କ ସହାୟତାରେ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୁଲିସ ଅନୁସନ୍ଧାନ ଆରମ୍ଭ କରି ମହେଶକୁ ପଚରାଉଚୁରା କରିଥିଲା। ଶିଶୁର ବର୍ଣ୍ଣ କଳା ହୋଇଥିବାରୁ ସେ ତାକୁ ହତ୍ୟା କରିଥିବା ମହେଶ ଜେରାବେଳେ ସ୍ବୀକାର କରିଥିଲା। କନ୍ୟା ସନ୍ତାନର ବର୍ଣ୍ଣ କଳା ହେବାକୁ ସେ ଅଭିଶାପ ଭାବେ ଗ୍ରହଣ କରିଥିଲା। ଏଣୁ ଶିଶୁଟିକୁ କାନ୍ଥରେ ପିଟି ଓ ପାଣିରେ ବୁଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ଏଥିରେ ବିଫଳ ହେବାରୁ ଶିଶୁଟିକୁ ପ୍ରସାଦରେ ବିଷ ଦେଇ ଖୁଆଇ ଦେଇଥିଲା।
[ad_2]