ରାଜନୀତି

ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ: ମାଟି ମା’ର ସେବା ପାଇଁ ମୋତେ ଆଶୀର୍ବାଦ କରନ୍ତୁ – Kalinga News

[ad_1]

ଭଦ୍ରକ: ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିନରେ କଂଗ୍ରେସର ବରିଷ୍ଠ ନେତା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ସେ ବନ୍ତ ଓ ଭଣ୍ଡାରିପୋଖରୀ ଅଞ୍ଚଳର ହଜାର ହଜାର ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ରାଜଘାଟ ଛକ, ନୂଆ ବଜାର, କଚେରି ବଜାର, ଅପର୍ତ୍ତିବିନ୍ଧା ଛକ ଦେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ବିଭିନ୍ନ ପ୍ରକାର ବାଦ୍ୟର ସୁମଧୁର ଶବ୍ଦ ଓ ମନ୍ତ୍ରମୁଗ୍ଧକଲା ଭଳି ନୃତ୍ୟ ବେଶ୍‌ ଆକର୍ଷଣୀୟ ଥିଲା। ଶ୍ରୀ ପଟ୍ଟନାୟକ ଅତିରିକ୍ତ ଜିଲ୍ଲ‌ାପାଳ (ସାଧାରଣ ପ୍ରଶାସନ) ସମ୍ବିତ ଗଡ଼ନାୟକଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କଂଗ୍ରେସର ବରି‌ଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ଯୁବନେତା ନବଜ୍ୟୋତି ପଟ୍ଟନାୟକ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ରାଜ୍ୟ କଂଗ୍ରେସର ସାଧାରଣ ସଂପାଦକ ପଦ୍ମାକର ଗୁରୁ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଭଦ୍ରକ ବିଧାନସଭା ପ୍ରାର୍ଥୀ ଅସିତ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବାସୁଦେବପୁର ବିଧାନସଭା ପ୍ରାର୍ଥୀ ଅଶୋକ କୁମାର ଦାସ, ନଳିନୀକାନ୍ତ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ରାଜକିଶୋର ସ୍ବାଇଁ, ରାଜେନ୍ଦ୍ର ପ୍ରସାଦ ଜେନା, ସତ୍ୟାନନ୍ଦ ରାଉତ, ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର, ବଳରାମ ରାଉତ, ପ୍ରକାଶଜ୍ୟୋତି ମହାକୁଡ଼, ରଜନୀକାନ୍ତ ଚାନ୍ଦ, ମିନତୀ ସାହୁ, ସବିତା ନାୟକ, ଗୋଲକ ବେହେରା, ଯୁବନେତା ରଜନୀ ମହାନ୍ତି, ମନୋଜ ସାହୁ, ପ୍ରଦ୍ୟୁମ୍ନ ଦାସ, ଦେବଦତ୍ତ ଜଗତଜିତ ଜେନା, ଜ୍ୟୋତି ନାୟକ, ସଏଦ ମଇପୁଚ, ନିକି ମୈକାପ, ସତ୍ୟବାନ ଦାସ, ରବିନାରାୟଣ ମହାନ୍ତି, ସୁରେନ୍ଦ୍ର ଜେନା, ମଣିଭଦ୍ର ବିଶ୍ବାଳ, ପ୍ରେମାନନ୍ଦ ନାୟକ, ସନ୍ତୋଷ ପରିଡ଼ା, ମନୋରଂଜନ ମହାପାତ୍ର, ରାଜକିଶୋର ପଣ୍ଡା, ଶରତ ସେଠୀ, ନିରଞ୍ଜନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନିରଞ୍ଜନ କହିଲେ, ପୈତୃକ ମାଟି ଭଣ୍ଡାରିପୋଖରୀ ଓ ବନ୍ତର ସର୍ବାଙ୍ଗୀନ ବିକାଶ କରିବା ହେଉଛି ମୋର ଲକ୍ଷ୍ୟ। ଆଶା, ମାଟି ମାଆର ସେବା କରିବା ପାଇଁ ଭୋଟର୍‌ମାନେ ମୋତେ ଆଶୀର୍ବାଦ କରିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button