ରାଜନୀତି

ତିହାର ଜେଲ୍‌ରୁ ଦିଲ୍ଲୀ ଶାସନ କରି ହେବ କି? କ’ଣ କହୁଛି ‌ଜେଲ୍ ମାନୁଆଲ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ତାଙ୍କୁ ତିହାର ଜେଲରେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଏହାପରେ କୋର୍ଟରେ ତାଙ୍କ ଜାମିନ ଉପରେ ବିଚାର କରାଯିବ। ଏପରିସ୍ଥଳେ ବଡ଼ ପ୍ରଶ୍ନ ରାଜନୈତିକ ମହଲରେ ସୃଷ୍ଟି ହେଉଛି ଯେ,ତିହାର ଜେଲ୍‌ରୁ କେଜିୱାଲ ଦିଲ୍ଲୀ ଶାସନ କରି ପାରିବେ କି? ଏନେଇ ଜେଲ୍ ମାନୁଆଲ୍ କ’ଣ କହୁଛି ?
ତିହାର ଜେଲ୍ ମାନୁଆଲ ଏବଂ ଦିଲ୍ଲୀ ପ୍ରିଜନ ଆକ୍ଟ ୨୦୦୦ ଅନୁସାରେ କେଜ୍ରିୱାଲ ଜେଲ୍‌ରେ ରହି ମଧ୍ୟ ଶାସନ ଡୋର ଧରିପାରିବେ। ତେବେ ଏନେଇ କୋର୍ଟ ଏବଂ ଉପ ରାଜ୍ୟପାଳଙ୍କ ଠାରୁ ଅନୁମତି ମିଳିବା ଆବଶ୍ୟକ। ଉପ ରାଜ୍ୟପାଳ ଭି.କେ. ସାକ୍ସସେନା ପୂର୍ବରୁ ରୋକ୍‌ଠୋକ୍ କହି ସାରିଛନ୍ତି ଯେ, ଜେଲ୍ରୁ ଦିଲ୍ଲୀ ଶାସନ କରିହେବ ନାହିଁ। ତେଣୁ କେଜ୍ରିୱାଲଙ୍କ ପାଇଁ ଜେଲ୍ରୁ ସରକାର ଚଳାଇବା କଷ୍ଟକର ହେବ।

ତିହାର ଜେଲ୍ ଅନୁସାରେ କୌଣସି କାର୍ଯ୍ୟ ପାଇଁ ପ୍ରଥମେ କେଜ୍ରିୱାଲଙ୍କୁ କୋର୍ଟରୁ ଅନୁମତି ନେବାକୁ ପଡ଼ିବ। ଏନେଇ କେଜ୍ରିୱାଲ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରୁ ଅନୁମତି ଲୋଡ଼ି ପାରିବେ। ଏହା ସମ୍ପୁର୍ଣ୍ଣ କୋର୍ଟଙ୍କ ଉପରେ ନିର୍ଭର କରିବ ସେ ତାଙ୍କୁ କୌଣସି ଫାଇଲ୍‌ରେ ଦସ୍ତଖତ କରିବାକୁ ଅନୁମତି ଦେବେ ନା ନାହିଁ।

ଏପରି ହେଲେ କେଜ୍ରିୱାଲଙ୍କୁ ଜେଲ୍‌ର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫୋନ୍,ଇଣ୍ଟରନେଟ୍, ଟିଭି ଆଦି ସୁବିଧା ଦେବାକୁ ପଡ଼ିବ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button