ସ୍କୁଲ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଶିକ୍ଷକଙ୍କ ସହ ୟୁଟ୍ୟୁବର୍ ପତ୍ନୀ ଗିରଫ – Kalinga News

[ad_1]
ଲାପ୍ଟପ୍, ମୋବାଇଲ୍, ପାସ୍ବୁକ୍ ଜବତ
ଭୁବନେଶ୍ବର: ଓସେପା ପ୍ରସ୍ତୁତ ପ୍ରାଥମିକ ବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ମାମଲାରେ ଆଜି ସାଇବର ଥାନା ପୁଲିସ ଜଣେ ଶିକ୍ଷକ ଓ ତାଙ୍କ ୟୁଟ୍ୟୁବର୍ ପତ୍ନୀଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁର ଜିଲ୍ଲା ଶ୍ରୀଧରପୁର ଅଞ୍ଚଳସ୍ଥ ଗୋପୀନାଥ ଜିଉ ନୋଡାଲ୍ ଅପର୍ ପ୍ରାଇମେରି ସ୍କୁଲ୍ର ଶିକ୍ଷକ ଜଗନ୍ନାଥ କର(୨୯) ଓ ତାଙ୍କ ପତ୍ନୀ ଋତୁପର୍ଣ୍ଣା ପତି(୨୭)। ସେମାନଙ୍କଠାରୁ ଗୋଟିଏ ଲାପ୍ଟପ୍, ୨ଟି ମୋବାଇଲ୍ ଫୋନ୍, କିଛି ପ୍ରଶ୍ନପତ୍ର ଓ ୨ଟି ବ୍ୟାଙ୍କ୍ ପାସ୍ବୁକ୍ ଜବତ କରାଯାଇଛି। ୟୁଟ୍ୟୁବ୍ ଚ୍ୟାନେଲ୍ର ସବ୍ସ୍କ୍ରାଇବର ଓ ଫଲୋଅର୍ସ ବଢ଼ାଇ ଅର୍ଥ ଉପାର୍ଜନ କରିବାକୁ ଯାଇ ଏହି ଦମ୍ପତି ଏଭଳି ଏକ ଅସାଧୁ ଉପାୟ ଅବଲମ୍ବନ କରି ଫସିଛନ୍ତି। ଆଜି ଅଭିଯୁକ୍ତ ଶିକ୍ଷକ ଜଗନ୍ନାଥଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଋତୁପର୍ଣ୍ଣା ଗର୍ଭବତୀ ଥିବାରୁ ତାଙ୍କୁ ନୋଟିସ୍ ଦେଇ ଛାଡ଼ିଦିଆଯାଇଛି। ଏହି ମାମଲାରେ ପୂର୍ବରୁ ସାଇବର ଥାନା ପୁଲିସ ଅନ୍ୟ ଏକ ୱେବ୍ ଚ୍ୟାନେଲ୍ର ମାଲିକ ସମୀର ସାହୁଙ୍କୁ ଗିରଫ କରିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମଳନୀରେ ଏହି ମାମଲାର ଗୁମର ଖୋଲିଥିଲେ। ଡିସିପିଙ୍କ ସୂଚନା ମୁତାବକ ମାର୍ଚ୍ଚ ୧୮ତାରିଖରେ ଓସେପାର ପ୍ରୋଜେକ୍ଟ ଡାଇରେକ୍ଟର ଅନୁପମ ସାହା ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍କୁ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ। ବାର୍ଷିକ ପରୀକ୍ଷା ପାଇଁ ଓସେପା ପ୍ରସ୍ତୁତ କରୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ଲିକ୍ ହେବା ସହ ବିଭିନ୍ନ ୱେବ୍ ଚ୍ୟାନେଲ୍ରେ ଭାଇରାଲ୍ ହୋଇଛି ବୋଲି ଅଭିଯୋଗ ହୋଇଥିଲା। ସାଇବର ଥାନା ପୁଲିସ ଭାଇରାଲ୍ ଭିଡିଓକୁ ଛାନ୍ଭିନ କରି ପ୍ରଥମେ ଗଞ୍ଜାମ ଜିଲ୍ଲା ରମ୍ଭା ଅଞ୍ଚଳର ସମୀର ସାହୁଙ୍କୁ ଗିରଫ କରିଥିଲା। ସମୀର ଏଜୁକେସନାଲ୍ ନାଁରେ ସେ ଏକ ପୋର୍ଟାଲ୍ ଚଳାଉଥିଲେ ଏବଂ ସେଥିରେ ଏହି ସବୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ସମୀର ଧରାପଡ଼ିବା ପରେ ସେ ଏସବୁ ଭିଡିଓକୁ (ପ୍ରଶ୍ନପତ୍ରର ସମାଧାନ) ‘ପ୍ରୋ ଆନ୍ସର’ ନାମକ ଅନ୍ୟ ଏକ ୱେବ୍ ପୋର୍ଟାଲ୍ରୁ ଡାଉନ୍ଲୋଡ୍ କରିଥିବା କହିଥିଲା।
ପ୍ରୋ ଆନ୍ସର ଚ୍ୟାନେଲ୍ ବାବଦରେ ଖୋଳତାଡ଼ କରୁକରୁ ଋତୁପର୍ଣ୍ଣାଙ୍କୁ ଠାବ କରାଯାଇଥିଲା। ପରୀକ୍ଷାର ଦୁଇ ତିନି ଦିନ ପୂର୍ବରୁ ବିଦ୍ୟାଳୟକୁ ଯୋଗାଇ ଦିଆଯାଉଥିବା ପ୍ରଶ୍ନପତ୍ର ସବୁକୁ ତାଙ୍କ ଶିକ୍ଷକ ସ୍ବାମୀ ଜଗନ୍ନାଥ ବିଦ୍ୟାଳୟରୁ ନେଇଆସୁଥିଲେ ଏବଂ ତାହାକୁ ତାଙ୍କ ଚ୍ୟାନେଲ୍ରେ ଆଲୋଚନା କରାଯାଉଥିଲା ବୋଲି ଋତୁପର୍ଣ୍ଣା ମାନିଥିଲେ। ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଉତ୍ତୀର୍ଣ୍ଣ ପରୀକ୍ଷା ପ୍ରଶ୍ନପତ୍ର ବଜାରରେ ବିକ୍ରି ହୁଏ ନାହିଁ। କିନ୍ତୁ ଚ୍ୟାନେଲ୍ରେ ପ୍ରଶ୍ନପତ୍ରକୁ ନେଇ ସମାଧାନ ବାବଦରେ ଆଲୋଚନା କରିବା ଦ୍ବାରା ଦର୍ଶକ ବୃଦ୍ଧି ହୋଇଥାଏ। ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ଓ ଫଲୋଅର୍ସ ବଢ଼ିବାରେ ଏହା ବେଶ୍ ସହାୟକ ହୋଇଥାଏ। ଏକ୍ସକ୍ଲୁସିଭ୍ ଇନ୍ଫର୍ମେସନ୍ ପାଇଁ ତାଙ୍କ ଚ୍ୟାନେଲ୍ ପ୍ରୋ ଆନ୍ସରର ସବ୍ସ୍କ୍ରାଇବର୍ ସଂଖ୍ୟା ୨୫.୯ ହଜାରରେ ପହଞ୍ଚିଥିଲା।
[ad_2]