ଅପରାଧ

‘ନିଟ୍‌’ ଉତ୍ତରଖାତା କେଳେଙ୍କାରୀ: କୋଚିଂ ସେଣ୍ଟର୍‌ ମାଲିକ, ୨ ଏମ୍‌ବିବିଏସ୍‌ ଛାତ୍ର ଗିରଫ – Kalinga News

[ad_1]

ନୂଆଦିଲ୍ଲୀ: ଏନ୍‌ଇଇଟି/ନିଟ୍‌ (ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍‌ସ ଟେଷ୍ଟ) ଉତ୍ତରଖାତା କେଳେଙ୍କାରୀ ମାମଲାରେ ଆଜି ଦିଲ୍ଲୀ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ଜଣ ଏମ୍‌ବିବିଏସ୍‌ ଛାତ୍ର, ଜଣେ କୋଚିଂ ସେଣ୍ଟର ମାଲିକଙ୍କ ସହ ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ନୂଆଦିଲ୍ଲୀସ୍ଥ ଭାରତୀୟ ବିଦ୍ୟା ଭବନର ମେହେଟ୍ଟା ବିଦ୍ୟାଳୟରେ ନିଟ୍‌ ପ୍ରବେଶିକା ପରୀକ୍ଷାରେ ବାୟୋମେଟ୍ରିକ୍‌ ତଥ୍ୟରେ ତାଳମେଳ ନଥିବାରୁ ସନ୍ଦେହରେ ସୁମୀତ ମାଣ୍ଡୋଲିଆ (୧୯) ଓ କ୍ରିଷ୍ଣା କେଶରୱାନୀ (୨୨)ଙ୍କୁ ଗିରଫ କରାଯାଇଥିଲା। ଜଣେ ପଶ୍ଚିମବଙ୍ଗର ଏକ ମେଡିକାଲ୍‌ କଲେଜର ଦ୍ବିତୀୟ ବର୍ଷ ଛାତ୍ର ଥିବା ବେଳେ ଅନ୍ୟଜଣେ ଉତ୍ତରଖଣ୍ଡର ପ୍ରଥମ ବର୍ଷ ଛାତ୍ର ଅଟନ୍ତି। ପଚରାଉଚୁରାରେ ମିଳିଥିବା ତଥ୍ୟାଧାରରେ କୋଚିଂ ସେଣ୍ଟର୍‌ର ପୂର୍ବତନ ମାଲିକ ପ୍ରଭାତ କୁମାର (୩୭) ଓ କିଶୋର ଲାଲ (୨୭)ଙ୍କୁ ଗିରଫ କରାଯାଇଥିଲା।

ଡିସିପି ଦେବେଶ କୁମାର ମହଲା ଏନେଇସୂଚନା ଦେଇ କହିଛନ୍ତି ଯେ ପ୍ରବେଶିକା ପରୀକ୍ଷାର୍ଥୀଙ୍କ ତଥ୍ୟ ଜାଲ କରାଯାଇ ସେମାନଙ୍କ ବଦଳରେ ସୁମୀତ ଓ କ୍ରିଷ୍ଣା ପରୀକ୍ଷା ଦେଉଥିଲେ। ଏହି ସମସ୍ତ କାମକୁ କୋଚିଂ ସେଣ୍ଟରର ମାଲିକ ପ୍ରଭାତ ଚଳାଉଥିଲେ। ପ୍ରବେଶିକା ପରୀକ୍ଷାରେ ଜାଲ୍‌ ପ୍ରାର୍ଥୀ ଯୋଗାଇଦେବାକୁ ପ୍ରତି ପ୍ରାର୍ଥୀ ପିଛା ୨୫ରୁ ୩୦ଲକ୍ଷ ଟଙ୍କା ନେଉଥିଲେ। ତେବେ ସୁମୀତ ଓ କ୍ରିଷ୍ଣା ଧରାପଡ଼ିବା ପରେ ସେମାନେ ଫେରାର୍‌ ହୋଇଯାଇଥିଲେ। ଗିରଫଦାରିକୁ ଏଡ଼ାଇବାକୁ ସେମାନେ ନିୟମିତ ଭାବେ ନିଜର ସ୍ଥାନ ବଦଳାଉଥିଲେ। ଫେରାର୍‌ ଅଭିଯୁକ୍ତଙ୍କୁ ଧରିବାକୁ ଇନ୍‌ସପେକ୍ଟର ସଞ୍ଜୟ କୁମାର ଗୁପ୍ତଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିଲା। ଶେଷରେ ସେମାନଙ୍କୁ ନୋଏଡାର ଏକ ହୋଟେଲ୍‌ରୁ ଗିରଫ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button