ଅପରାଧ

ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିବା ପରେ ଚୁମ୍ବନ ଦେଇ ଛୁରାମାଡ଼ କରିଥିଲେ କିନ୍ନର – Kalinga News

[ad_1]

ନୂଆଦିଲ୍ଲୀ: ଆମେରିକାର ହ୍ୟୁଷ୍ଟନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କିନ୍ନର ବୃଦ୍ଧ ବ୍ୟକ୍ତିଙ୍କୁ କାର ଧକ୍କା ଦେଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ହତ୍ୟା ଘଟଣାର ଏକ ସିସିଟିଭି ଫୁଟେଜ ସମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ପୀଡ଼ିତ ଷ୍ଟିବନ ଏଣ୍ଡରମନ ରାସ୍ତାରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ ଦ୍ରୁତଗତିରେ ଆସୁଥିବା ଧଳାରଙ୍ଗର କାର ତାଙ୍କୁ ଧକ୍କା ଦେଇଥିଲା। କାର ଧକ୍କାରେ ଏଣ୍ଡରସନ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ କାର ଚାଳକ ପୁଣିଥରେ ଧକ୍କା ଦେଇଥିଲେ। ଏହି ଧକ୍କାରେ ଏଣ୍ଡରସନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ଏହି ଘଟଣା ଘଟାଇବାପରେ କାର ଚାଳକ କିନ୍ନର କେରନ ଫିସର ଘଟଣାସ୍ଥଳରୁ ଫେରାର ହୋଇଥିଲେ। କିଛି ସମୟ ପରେ ଫିସର ପୁଣି ଘଟଣାସ୍ଥଳକୁ ଫେରି ଏଣ୍ଡରସନଙ୍କୁ ଚୁମ୍ବନ ଦେଇ ଛୁରୀ ବାହାର କରି ୯ଥର ଆକ୍ରମଣ କରିଥିଲେ।

ଏହି ଘଟଣାରେ ଫିସରଙ୍କୁ ପୁଲିସ ଗିରଫ କରିବା ସହିତ ହସ୍ପିଟାଲ କର୍ମଚାରୀଙ୍କୁ ହତ୍ୟା କରିବାର  ଏକ ମାମଲା ରୁଜୁ କରିଛି। ମଇ ୨୮ ତାରିଖରେ ଫିସରଙ୍କୁ କୋର୍ଟରେ ହାଜର କରାଯିବ। ୨୦୨୧ରେ ଫିସରଙ୍କ ବିରୋଧରେ ବେଶ୍ୟାବୃତ୍ତିର ଅଭିଯୋଗ ହୋଇଥିଲା। କିନ୍ତୁ ଏହି ମାମଲାକୁ ଖାରଜ କରି ଦିଆଯାଇଥିଲା



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button