ଅପରାଧ

ନିର୍ବାଚନୀ ସମୟ ଚାଲିଥିବା ବେଳେ ରାସ୍ତା ମଝିରେ କଂଗ୍ରେସ ନେତାଙ୍କ ହତ୍ୟା – Kalinga News

[ad_1]

ନୂଆଦିଲ୍ଲୀ: ଛତିଶଗଡ଼ର ନାରାୟଣପୁରରେ ଜଣେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ କଂଗ୍ରେସ ନେତାଙ୍କ ନାମ ବିକ୍ରମ ବ୍ୟାସ ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ନାରାୟଣପୁର ଏସପି ପ୍ରଭାତ କୁମାର କହିଛନ୍ତି, ‘ବିକ୍ରମ ବ୍ୟାସ ବ୍ଲକ କଂଗ୍ରେସ ଉପାଧ୍ୟାକ୍ଷ ପଦରେ ଥିଲେ। ଏଥିସହିତ ନାରାୟଣପୁରର ସେ ଜଣେ ବଡ଼ ବ୍ୟବସାୟୀ ହେବା ସହିତ ମାଲକ ପରିବହନ ସଂଘର ସଚିବ ବି ଥିଲେ।

ବିକ୍ରମ ବ୍ୟାସ ହତ୍ୟା ଘଟଣାର ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସୂଚନା ମିଳି ନଥିଲା ‌ବେଳେ ପୁଲିସ ଏହାକୁ ନକ୍ସଲ ଆକ୍ରମଣ ଥାଇପାରେ ବୋଲି ସନ୍ଦେହ କରିବା ସହିତ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି।

ପ୍ର‌ତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ,  ସୋମବାର ରାତି ପ୍ରାୟ ୯ଟାରେ ନାରାୟଣପୁର ବଖରୁପାରାରେ କଂଗ୍ରେସ ନେତା ବିକ୍ରମ ବ୍ୟାସ କୌଣସି କାମରେ ଯାଉଥିଲେ। ଏହି ସମୟରେ ସେ କିଛି ବୁଝିବା ପୂର୍ବରୁ  ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ତିନିଟି ଗୁଳି ମଧ୍ୟରୁ ଗୋଟିଏ ବିକ୍ରମଙ୍କ ମୁଣ୍ଡରେ ଦ୍ବିତୀୟଟି ପେଟରେ ଓ ତୃତୀୟଟି ଛାତିରେ ବାଜିଥିଲା। ଏହାପରେ କଂଗ୍ରେସ ନେତା ରାସ୍ତାରେ ଟଳି ପଡ଼ିଥି‌ଲେ। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button