ଅପରାଧ

ମୁଁ ଜୀବନ ହାରିବାକୁ ଯାଉଛି, ମୃତ୍ୟୁ ହୋଇଗଲେ ସ୍ବାମୀ ଓ ପୁଲିସ ଦାୟୀ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌରରେ ଗଙ୍ଗା ନଦୀର ପୋଲ ଉପରୁ ଜୀବନ ହାରିବାକୁ ଯାଉଥିବା ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି।

ତେବେ ଉକ୍ତ ମହିଳା ଜଣକ ଜୀବନ ହାରିବା ପୂର୍ବରୁ ଏକ ‌ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଟ‌ରେ ମହିଳା ଜଣକ କାନ୍ଦି କାନ୍ଦି କହିଥିଲେ,‘ମୋ ନାମ କବିତା। ମୋ ସ୍ବାମୀ ଅନ୍ୟ ଜ‌‌ଣେ ମହିଳାଙ୍କ ସହିତ କେଉଁଆଡେ ଫେରାର ହୋଇଯାଇଛି। ମୋତେ ‌‌‌ଯୌତୁକ ପାଇଁ ଶାଶୁଘର ଲୋକ ଅନେକ ନିର୍ଯାତନା ଦେଇ ଆସିଛନ୍ତି। ମୁଁ  ଏନେଇ ଥାନାରେ ବି ଅଭିଯୋଗ କରିଛି। କିନ୍ତୁ ପୁଲିସ ମୋର କୌଣସି ଅଭିଯୋଗର ତଦନ୍ତ କଲା ନାହିଁ।

ଶାଶୁଘର ଲୋକଙ୍କ ଅତ୍ୟାଚର ମୁଁ ଆଉ ସହି ପାରୁ ନ‌ାହିଁ। ବାପା ଘରକୁ ଯାଇ ବୋଝ ହୋଇ ରହିବାକୁ ବି ଚାହୁଁ ନାହିଁ। ତେଣୁ ମୁଁ ଜୀବନ ହାରିବାକୁ ଯାଉଛି। ଯଦି ମୋର ମୃତ୍ୟୁ ହୋଇଯାଏ ଏଥିପାଇଁ ମୋର ସ୍ବାମୀ, ଶାଶୁଘରଲୋକ ଓ ବିଜନୌର ପୁଲିସ ହିଁ ଦାୟୀ ହେ‌ବେ।’

ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ ବିଭାଗ ଉପରେ ଚଡ଼କ ପଡ଼ିଯାଇଥିଲା। ସ‌ଙ୍ଗେସଙ୍ଗେ ପୁଲିସର ଏକ ଦଳ ମହିଳାଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଖୋଜିଖୋଜି ଗଙ୍ଗା ନଦୀ ପୋଲ ଉପରେ ଯାଇ ପହଞ୍ଚିଯାଇଥିଲେ। ସଙ୍ଗେସଙ୍ଗେ ମହିଳାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଜାରି ରଖିବା ସହିତ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button