ବିରାଟଙ୍କ ବିସ୍ଫୋରକ ଶତକ – Kalinga News

[ad_1]
ଜୟପୁର: ଆଇପିଏଲ୍ର ୧୯ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲର୍ସ(ଆର୍ଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଶନିବାର ମୁହାଁମୁହିଁ ହୋଇଛନ୍ତି। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲର୍ସ ଅଧିନାୟକ ସଞ୍ଜୁ ସାମସନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାଫ୍ ଡୁ ଫ୍ଲେସିସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଇତିହାସ ରଚିଛନ୍ତି। ୩୪ ରନ୍ ସ୍କୋର କରିବା ପରେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୭୫୦୦ରନ୍ ପୂରଣ କରିଥିଲେ। ଲିଗରେ ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସେ ୬୭ ବଲ୍ରେ ଶତକ ପୂରଣ କରିଛନ୍ତି। ସେଥିମଧ୍ୟରେ ୯ଟି ଚୌକା ଏବଂ ୪ଟା ଛକା ମାରିଛନ୍ତି।
ବିରାଟ କୋହଲି ଏପର୍ଯ୍ୟନ୍ତ ଆଇପିଏଲରେ ୨୪୨ * ମ୍ୟାଚ୍ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ସେ ୨୩୪ ଇନିଂସରେ ହାରାହାରି ୩୮ ରନ୍ ଏବଂ ୨୩୦ ଷ୍ଟ୍ରାଇକ୍ ରେଟ୍ ରେ ୭୫୦୦ * ରନ୍ କରିଛନ୍ତି।
ଏହି ଲିଗରେ ବିରାଟ ୫୩ ଟି ଅର୍ଦ୍ଧଶତକ ଏବଂ ୮ ଶତକ ହାସଲ କରିଛନ୍ତି। ସେ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇ ପାରିଛନ୍ତି।
[ad_2]