ଖେଳ ଖବର

କୋହଲି-ସଚିନ୍ ନୁହନ୍ତି, ଏହି କ୍ରିକେଟରଙ୍କ ରେକର୍ଡ ଭାଙ୍ଗିବାକୁ ଚାହାନ୍ତି ବାବର – Kalinga News

[ad_1]

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟ ଟିମର ଅଧିନାୟକ ମହମ୍ମଦ ବାବର ଆଜମ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷ କରି କ୍ରିକେଟକୁ ନେଇ ତାଙ୍କୁ ଅନେକ ଥର ସମାଲୋଚନା କରାଯାଏ। ଅନେକ ସମୟରେ ତାଙ୍କୁ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ବେଳେ ଏବେ ସେ କାହାର ରେକର୍ଡ ଭାଙ୍ଗିବାକୁ ଚାହାନ୍ତି ତାହା ଜଣାଇଛନ୍ତି। ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, କୋହଲି ନା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର; ସେ କାହାର ରେକର୍ଡ ଭାଙ୍ଗିବାକୁ ଚାହାନ୍ତି? ଏହି ପ୍ରଶ୍ନ ଶୁଣି ସେ ଯେଉଁ ଉତ୍ତର ଦେଇଥିଲେ, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଉତ୍ତରରେ ବାବର ଆଜମ କହିଥିଲେ ଯେ, “ମୁଁ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସ୍କୋରର ହେବାକୁ ଚାହୁଁଛି। ତେଣୁ ମୁଁ କୋହଲି କି ସଚିନ୍ ନୁହନ୍ତି ବରଂ ଇଞ୍ଜମାମ-ଉଲ-ହକଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛି।”

ଉଲ୍ଲେଖଯୋଗ୍ୟ, ଇଞ୍ଜମାମ-ଉଲ-ହକ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ପାକିସ୍ତାନ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଇଞ୍ଜମାମ-ଉଲ-ହକ ମୋଟ ୨୦୫୪୧ ରନ୍ କରିଛନ୍ତି। ଏଥି ସହିତ ବାବର ଏପର୍ଯ୍ୟନ୍ତ ୨୭୮ଟି ଆନ୍ତର୍ଜାତୀୟ ମ୍ୟାଚରେ ମୋଟ ୧୩୩୨୫ ରନ୍ ସଂଗ୍ରହ କରିଥିବା ଜଣାପଡ଼ିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button