ମନୋରଞ୍ଜନ

ସୁଶାନ୍ତଙ୍କ ଘରକୁ କିଣିଛି କି ନାହଁ ସମୟ ଆସିଲେ କହିବି – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ଫିଲ୍ମ ‘ବସ୍ତର: ଦି ନକ୍ସଲ ଷ୍ଟୋରି’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଅଭିନୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଅଦା ଶର୍ମା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି ଏବଂ ଏଥର ଚର୍ଚ୍ଚାର ବିଷୟ ତାଙ୍କ ଚଳଚ୍ଚିତ୍ର କିମ୍ବା ଅଭିନୟ ନୁହେଁ।

ଘଟଣାଟି ହେଉଛି ଏପରି, ଅଦା ଶର୍ମା ଗତ ବର୍ଷ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇସ୍ଥିତ ଘରକୁ ଦେଖିବାକୁ ଯାଇଥିଲେ। ସେହି ଦିନଠାରୁ ଅଦା ସୁଶାନ୍ତଙ୍କ ଘର କିଣିଥିବା ଚର୍ଚ୍ଚା ହେଉଛି।

ଅନେକ ଦିନରୁ ହେଉଥିବା ଏହି ଚର୍ଚ୍ଚାରେ ଅଦା କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିଲେ। ସମ୍ପ୍ରତି ସୁଶାନ୍ତଙ୍କ ଘର କିଣାକୁ ନେଇ ଅଦା ଗଣମାଧ୍ୟମ ସାମ୍ନାରେ ମୁହଁ ‌ଖୋଲି କହିଛନ୍ତି, ‘ମୁଁ ସମସ୍ତଙ୍କ ହୃଦୟରେ ବାସ କରେ। କିଛି କଥାକୁ ବ୍ୟକ୍ତିଗତ ରଖାଯାଇଥାଏ। ଯାହାକୁ ସ୍ଥାନ, କାଳ, ଦେଖି କୁହାଯାଇଥାଏ। ସେହିପରି ମୁଁ ବି କିଛି କଥାକୁ ବ୍ୟକ୍ତିଗତ ରଖିଛି। ଆପଣମାନେ ମୋତେ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ମୋ ଜୀବନରେ ଯାହାଯାହା ଘଟିବ ମୁଁ ଆପଣମାନଙ୍କ ସହ ନିଶ୍ଚୟ ସେୟାର କରିବି।

ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ୨୦୨୦ ଜୁନ ୧୪ ତାରିଖରେ ମୁମ୍ବାଇସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା।  ତାଙ୍କ ମୃତଦେହକୁ ଶୋଇବା ଘରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁପରେ ଅନେକ ବିତର୍କ ହୋଇଥିଲା। ଏହାପରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ  ଗିରଫ କରାଯାଇଥିଲା ଏବଂ ତାଙ୍କୁ ଏକ ମାସ ଜେଲରେ ରହିବାକୁ ପଡ଼ିଥିଲା। ଏବେ ବି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯାଞ୍ଚ ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button