ଅନ୍ବେଷଣରେ ଅତୀସ – Kalinga News

[ad_1]
ଓଡ଼ିଆ ସିନେଜଗତରେ ଏମିତି ଜଣେ ପ୍ରଯୋଜକ ଅଛନ୍ତି, ଯିଏ ସବୁବେଳେ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଭଲ ପାଆନ୍ତି। ଇତିମଧ୍ୟରେ ସେ ୫ଟି ସିନେମା ନିର୍ମାଣ କରିସାରିଲେଣି ଆଉ ସବୁଥିରେ ନୂଆ ମୁହଁକୁ ସାମ୍ନାକୁ ଆଣିଛନ୍ତି। ସେ ହେଲେ ଅତୀସ କୁମାର ରାଉତ। ଋତୁପ୍ରିୟା ପ୍ରଡକସନସ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ‘ମୁଁ ରାଜା ତୁ ରାଣୀ’, ‘ଭଉଁରୀ’, ‘ହାପି ଏଣ୍ଡିଂ’, ‘ଡାଲଚିନି’ ଏବଂ ‘ଭୋଟ୍’ ଶୀର୍ଷକ ୫ଟି ଓଡ଼ିଆ ଛବି ନିର୍ମାଣ କରିସାରିଛନ୍ତି ସେ। ‘ହାପି ଏଣ୍ଡିଂ’ ଓଟିଟିରେ ରିଲିଜ୍ ହୋଇଥିଲା ବେଳେ ଅନ୍ୟ ଛବି ବଡ଼ପରଦାରେ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ରାଜା, ତୁ ରାଣୀ’ରେ ନାୟିକା ସମ୍ଭାବନା ମହାନ୍ତିଙ୍କୁ ବ୍ରେକ୍ ଦେଇଥିଲେ ଅତୀସ। ଅରିନ୍ଦମଙ୍କ ବିପକ୍ଷରେ ଏଥିରେ ନାୟିକା ସାଜିଥିଲେ ସମ୍ଭାବନା। ପ୍ରଥମ ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିବା ପରେ ସମ୍ଭାବନା ବଲିଉଡ୍ ଯାଏ ଅଗ୍ରଗତି କରିଛନ୍ତି। ଏଣେ ‘ଭଉଁରୀ’ରେ ମଡେଲ ବିଦିତା ବାଗଙ୍କୁ ପ୍ରଥମେ ଓଡ଼ିଆ ଫିଲ୍ମରେ ସୁଯୋଗ ଦେଇଥିଲେ ସେ। ଏହାପରେ ସେ ‘ହାପି ଏଣ୍ଡିଂ’ରେ ନବାଗତ ଲିପି ଓ ତୁଷାର, ପ୍ରିୟଙ୍କା ମହାପାତ୍ର, ସଙ୍ଗୀତକାର ବିଶ୍ବଜିତ ମହାପାତ୍ର, କଣ୍ଠଶିଳ୍ପୀ ଅନୁରାଧା, ଦେବାନନ୍ଦ ଓ ଅବିନାଶ ଜେନାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ। ‘ଡାଲଚିନି’ରେ ନିର୍ଦ୍ଦେଶକ ଶିଶିର ସାହୁ ଓ ପିନାକୀ ସିଂହ ଓ ସ୍କ୍ରିପ୍ଟ ଲେଖକ ଜିତେନ୍ଦ୍ର ପ୍ରଧାନଙ୍କୁ ବି ପ୍ରଥମ କରି ସୁଯୋଗ ଦେଇଥିଲେ ଅତୀସ।
ଏଣେ ତାଙ୍କର ଶେଷ ଓଡ଼ିଆ ଛବି ‘ଭୋଟ୍’ରେ ପ୍ରଯୋଜକଙ୍କ ଆବିଷ୍କାର ହେଲେ ନାୟକ ସୁଶାନ୍ତ, ସୀତାଂଶୁ, ସୌମ୍ୟ, ନାୟିକା ଶ୍ରେୟା ମହାନ୍ତି ଓ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର। ଦେବାଶିଷ ମହାପାତ୍ର ବି ଏହାର ନୂତନ ସଂଳାପକାର। ଠିକ୍ ସେହିପରି ଏହାର କାହାଣୀକାର ଅଜୟ ମହାପାତ୍ର ବି ଓଲିଉଡ୍ ପାଇଁ ନୂଆ। ପ୍ରଯୋଜକ ଅତୀସ କୁମାର ରାଉତ ‘ମଉଡ଼ମଣୀ’ ଶୀର୍ଷକରେ ଏବେ ଯେଉଁ ନୂଆ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, ସେଥିରେ ନବାଗତ ବି. ଗୋବିନ୍ଦଙ୍କୁ ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ଦେଇଛନ୍ତି। ଆଗକୁ ବି ନିଜର ଏହି ପ୍ରତିଭା ଅନ୍ବେଷଣ ଜାରି ରଖିବେ ବୋଲି କହିଛନ୍ତି ଶ୍ରୀ ରାଉତ।
– ଶିବଶଙ୍କର ଓଝା
[ad_2]