ରାଜନୀତି

ବାପା କରିଥିବା ଭୁଲ ପାଇଁ ବିଜେପି କର୍ମକର୍ତ୍ତାଙ୍କୁ କ୍ଷମା ମାଗିଲେ ପୁଅ ଅରବିନ୍ଦ ରାଜଭର – Kalinga News

[ad_1]

ନୂଆଦିଲ୍ଲୀ: ଏକ ପୁରାତନ କଥା ଅଛି ଯେ ପିତା କରିଥିବା ଋଣ ପୁଅକୁ ପରିଶୋଧ କରିବାକୁ ପଡିଥାଏ। ଏହି କ୍ରମରେ ଦେଖିବାକୁ ଗଲେ ରାଜନୀତିରେ ବାପା କରିଥିବା ଭୁଲର ପ୍ରଭାବ ପୁଅ ଉପରେ ବି ପଡ଼ିଥାଏ।

ନିକଟରେ ଘୋସି ନିର୍ବାଚନମଣ୍ଡଳୀର ଏନଡିଏ ପ୍ରାର୍ଥୀ ତଥା ଓମ ପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦ ରାଜଭର ବାପାଙ୍କ ଭୁଲ ପାଇଁ ବିଜେପି କର୍ମକର୍ତ୍ତାଙ୍କୁ ଭୁଲ ମାଗିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଥିବାରୁ ସମସ୍ତ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏଭଳି ସମୟରେ ଯେଉଁ କର୍ମକର୍ତ୍ତାମାନେ ଦଳକୁ ନେଇ ଅସନ୍ତୋଷ ରହିଛନ୍ତି ସେମାନଙ୍କୁ  ବିଜେପି ବୁଝାଇବାକୁ ଚେଷ୍ଟା କରୁଛି। ସେମାନଙ୍କର ଅସନ୍ତୋଷର କାରଣ ବୁଝି କ୍ଷମା ମାଗି ଆଗାମୀ ଦିନରେ ତାହାର ସମାଧାନ ପାଇଁ ପ୍ରତିଶ୍ରୃତି ଦେଉଛି।

ନିକଟରେ ଏନଡିଏରେ ଯୋଗ ଦେଇଥିବା ଓପି ରାଜଭର ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ସହିତ ଥିଲେ। ସେହି ସମୟରେ ସେ ବିଜେପି ନେତାମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବାପା ଓପି ରାଜଭର ବିଜେପି କର୍ମକର୍ତ୍ତାକୁ କହିଥିବା ଅପମାନଜନକ ଶବ୍ଦ ଓ ଦୁର୍ବ୍ୟବହାର ପାଇଁ ପୁଅ ଅରବିନ୍ଦ ରାଜଭର ଆଣ୍ଠୁମାଡ଼ି କ୍ଷମା ପ୍ରାର୍ଥନା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button