ରାଜନୀତି

‘ବାହାରେ ରୁହେ କି ଭିତରେ; ଆବଶ୍ୟକ ପଡ଼ିଲେ ଜେଲ୍‌ରେ ରହି ସରକାର ଚଳାଇବି’ – Kalinga News

[ad_1]

ନୂଆଦିଲ୍ଳୀ: ଶୁକ୍ରବାର ଦିନ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କୁ ୬ ଦନିଆ ହେପାଜତରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କେଜ୍ରିୱାଲ୍‌ ଗିରଫ ହେବା ପରେ ତାଙ୍କର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଆବଶ୍ୟକ ହେଲେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ଜେଲ୍‌ରେ ରହି ସରକାର ଚଳାଇବେ।

“ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ। ଆବଶ୍ୟକ ପଡିଲେ ମୁଁ ଜେଲରୁ ସରକାର ଚଳାଇବି” ବୋଲି କେଜ୍ରିୱାଲ୍‌ କହିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ଆହୁରି ବି କହିଛନ୍ତି ଯେ “ବାହାରେ ରହେ କି ଭିତରେ, ସରକାର ଯେଉଁଠାରେ ରହିଲେ ବି ଚଳାଇବି।’’

ଇଡି ଦ୍ବାରା ଗିରଫ ହେବାର ପରଦିନ ତାଙ୍କୁ ୩ ଘଣ୍ଟା ଧରି ଜେରା ଚାଲିଥିଲା। ଏହି ଜେରା ପରେ ସ୍ବତନ୍ତ୍ର ବିଚାଚପତି କାବେରୀ ବାୱେଜା ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତି ଇଡି ହେପାଜତକୁ ପଠାଇଛନ୍ତି। ଏହି ମାମଲାରେ ଇଡିର ୧୦ ଦିନିଆ ହେପାଜତ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ସମୟରେ ତଦନ୍ତକାରୀ ସଂସ୍ଥା ମଦ ନୀତି ମାମଲାରେ  ଅନ୍ୟ ଆପ୍‌ ମନ୍ତ୍ରୀ ତଥା ଦଳର ନେତାଙ୍କ ସହ କେଜ୍ରିୱାଲଙ୍କୁ  ଜଣେ ପ୍ରମୁଖ ଷଡ଼ଯନ୍ତ୍ରକାରୀ ବୋଲି କହିଛନ୍ତି।

୫୫ ବର୍ଷୀୟ କାର୍ଯ୍ୟକର୍ତ୍ତା-ରାଜନେତା ସୁପ୍ରିମକୋର୍ଟରୁ ଏଜେନ୍ସି ଦ୍ୱାରା ଗିରଫଦାରୀ ବିରୋଧରେ ଆବେଦନ ପ୍ରତ୍ୟାହାର କରିବାର କିଛି ସମୟ ପରେ ତାଙ୍କୁ ଟ୍ରାଏଲ କୋର୍ଟରେ ହାଜର କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button