ରାଜନୀତି

କେ. ରବି କୁମାରଙ୍କୁ ନବୀନ ନିବାସରୁ ଡାକରା – Kalinga News

[ad_1]

ବ୍ରହ୍ମପୁର: ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା କମନ୍‌ୱେଲ୍‌ଥ ଗେମ୍‌ସର ସ୍ବର୍ଣ୍ଣପଦକ ବିଜେତା କେ. ରବି କୁମାରଙ୍କୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ନବୀନ ନିବାସରୁ ଅଚାନକ ଭାବେ ଡାକରା ପାଇ ରବିକୁମାର ଭୁବନେଶ୍ବର ଗସ୍ତ କରିବାପରେ ଏହି ଚର୍ଚ୍ଚା ଦ୍ବିଗୁଣିତ ହୋଇଯାଇଛି। ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜିସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। ଆସନରୁ କିଏ ପ୍ରାର୍ଥୀ ହେବେ ତାହା ବି ସ୍ପଷ୍ଟ ହୋଇନାହିଁ।

ଏଭଳି ପରିସ୍ଥିତିରେ ରବି କୁମାରଙ୍କୁ ନବୀନ ନିବାସରୁ ଡକରା ଆସିବାପରେ ରାଜନୈତିକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଆକଳନ କରିଛନ୍ତି। ଏଭଳି ପରିସ୍ଥିତିରେ ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିବ ନା ପୁରୁଣା ମୁହଁକୁ ଦୋହରାଇବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ, କ୍ରୀଡ଼ା ବଜେଟ୍‌ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇବାକୁୂ ଯାଇଥିବା କହିଥିଲେ ମଧ୍ୟ ନିର୍ବାଚନ ପ‌ାଇଁ ସୁଯୋଗ ମିଳିଲେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମତ ଦେଇଛନ୍ତି। ଏହାସତ୍ତ୍ବେ ବି ନିର୍ବାଚନ ସମୟରେ ରବିକୁମାରଙ୍କୁ ଡକରା କିମ୍ବା ସେ ନିଜଆଡ଼ୁ ଯିବା ରାଜନୈତିକ ଚର୍ଚ୍ଚାପାଇଁ ଖୋରାକ ଯୋଗାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button