ଚଳିତ ମାସରେ ଦୀପକ ଚୌହାନଙ୍କୁ ବିବାହ କରିବେ ଗୋବିନ୍ଦାଙ୍କ ଭାଣିଜୀ ଆରତୀ ସିଂହ – Kalinga News

[ad_1]
ମୁମ୍ବାଇ: ଖୁବଶୀଘ୍ର ବିବାହ କରିବେ ଗୋବିନ୍ଦାଙ୍କ ଭାଣିଜୀ ତଥା ଟିଭି ଅଭିନେତ୍ରୀ ଆରତୀ ସିଂ। ଚଳିତ ମାସରେ ଜଣେ ବ୍ୟବସାୟୀଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ଏନେଇ ବିବାହ ପାଇଁ ଆରତୀ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି। ପ୍ରଥମେ ଶୁଣିବାକୁ ମିଳୁଥିଲା ଯେ, ଆରତୀ ପ୍ରେମ ବିବାହ କରୁଛନ୍ତି। ହେଲେ ଏବେ ଆରତୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ପ୍ରସ୍ତାବିତ ବିବାହ ହେବ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହାନଙ୍କୁ ସେ ବିବାହ କରିବେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ‘ୱାରିସ୍’ର ଅଭିନେତ୍ରୀ ଆରତୀ ସିଂ ଏପ୍ରିଲ ୨୫ରେ ମୁମ୍ବାଇରେ ଦୀପକ ଚୌହାନଙ୍କୁ ବିବାହ କରିବେ। ମେହେନ୍ଦୀ ଏବଂ ହଲଦିଠାରୁ ଆରମ୍ଭ କରି ସେମାନଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମରେ ଅନେକ ରୀତିନୀତି ହେବ। ଜଣେ ମଧ୍ୟସ୍ତିଙ୍କ ମାଧ୍ୟମରେ ଆରତୀ ଏବଂ ଦୀପକ ପରସ୍ପରକୁ ଭେଟିଥିଲେ।
ଜାତୀୟ ଗଣମାଧ୍ୟମ ଇଟିମସ୍ ରିପୋର୍ଟ ଅନୁଯାୟୀ, “ଣେ ମଧ୍ୟସ୍ତିଙ୍କ ମାଧ୍ୟମରେ ଆରତୀ ଏବଂ ଦୀପକ ପରସ୍ପରକୁ ଭେଟି ପରେ ପରସ୍ପର ବିଷୟରେ ଜାଣିବା ପାଇଁ କିଛି ମାସ ସମୟ ନେଇଥିଲେ। ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ”
ଏକ ସାକ୍ଷାତକାରରେ ଆରତୀ କହିଛନ୍ତି, “ଆମେ ଗତ ବର୍ଷ ଜୁଲାଇ ୨୩ରେ ପ୍ରଥମ ଥର କଥା ହୋଇଥିଲୁ ଏବଂ ତାଙ୍କ ଜନ୍ମଦିନ (ଅଗଷ୍ଟ ୫) ପରେ ସାକ୍ଷାତ କରିଥିଲୁ। ମୁଁ ନଭେମ୍ବର ହେବା ବେଳକୁ ତାଙ୍କ ସହ ଜୀବନ ବିତାଇବି ବୋଲି ନିଷ୍ପତ୍ତି ନେଇସାରିଥିଲି। ହେଲେ ଉଭୟ ପରିବାର ଆମର ସର୍ମ୍ପକକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିନଥିଲୁ। ଜାନୁଆରି ୧ରେ ଦୀପକ ମୋର ଗୁରୁଜୀଙ୍କ ମନ୍ଦିରରେ ଏକ ମୁଦି ପିନ୍ଧାଇ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ହଁ କହିଥିଲି। ମୁଁ ସେହି ଦିନକୁ ମୋର ନିର୍ବନ୍ଧ ଦିନ ବୋଲି ଭାବେ। ”
[ad_2]