ବିଜେଡିରେ ମିଶିଲେ ରୋହିତ ଯୋଶେଫ ତିର୍କି – Kalinga News

[ad_1]
ରାଉରକେଲା: ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପୁଅ ରୋହିତ ଯୋଶେଫ ତିର୍କି ଆଜି ବିଜେଡିରେ ଯୋଗଦେଇଛନ୍ତି। ଭୁବନେଶ୍ବରସ୍ଥ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ର, ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ସୁନ୍ଦରଗଡ଼ ପ୍ରଭାରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ରୋହିତ ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ବିଜେଡି ସଭାପତି ହାଲୁ ମୁଣ୍ଡାରୀ ଓ ବୀରମିତ୍ରପୁର ପୌରପାଳିକା ଅଧ୍ୟକ୍ଷ ସନ୍ଦୀପ ମିଶ୍ରଙ୍କ ସମେତ ୧୨ରୁ ଅଧିକ ନେତା ରୋହିତଙ୍କୁ ବିଜେଡିରେ ସାମିଲ ହେବାକୁ କଡ଼ା ବିରୋଧ କରି ଆସୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏହା ସତ୍ବେ ରୋହିତ ବିଜେଡିରେ ସାମିଲ ହୋଇଛନ୍ତି। ଆସନ୍ତା ନିର୍ବାଚନରେ ତାଙ୍କୁ ବିଜେଡିରୁ ବୀରମିତ୍ରପୁର ଆସନ ପାଇଁ ଟିକେଟ୍ ମିଳିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି।
ଗତ ୨୦୧୯ ନିର୍ବାଚନରେ ରୋହିତ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ରୋହିତ କହିଛନ୍ତି। ଆସନ୍ତା ଦିନରେ ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ, ସେ ତାକୁ ନିଷ୍ଠାର ସହ କରିବେ ବୋଲି କହିଛନ୍ତି। ସାରଦା ପ୍ରସାଦ ନାୟକ କହିଛନ୍ତି, ରୋହିତ ବିଜେଡି ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ।
ଗୁରୁବାର ରୋହିତ ବୀରମିତ୍ରପୁରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯିବା ସହ ଶୋଭାଯାତ୍ରାରେ ପାର୍ଟି କାର୍ଯ୍ୟାଳୟକୁ ପାଛୋଟି ନିଆଯିବାର କାର୍ଯ୍ୟକ୍ରମ ରହିଛି।
[ad_2]




