ରାଜନୀତି

ମଧ୍ୟ ନିର୍ବାଚନମଣ୍ଡଳୀ: ୧୯ ୱାର୍ଡରୁ ୩ ବିଜେପି ଦଖଲରେ – Kalinga News

[ad_1]

ଫାଇଦା ନେଇ ପାରିବେ ତ’ ଜଗନ୍ନାଥ? ବର୍ଷେ ଭିତରେ ଜଣେ ବି କର୍ପୋରେଟର କୌଣସି ପ୍ରଶ୍ନ ପଚାରି ନାହାନ୍ତି

ଭୁବନେଶ୍ବର: ମଧ୍ୟ ନିର୍ବାଚନମଣ୍ଡଳୀ ପାଇଁ ବି‌ଜେପି ପ୍ରାର୍ଥୀ ଭାବରେ ଜଗନ୍ନାଥ ପ୍ରଧାନଙ୍କ ନାମ ଘୋଷଣା ପରେ ସେ ପ୍ରଚାର ଜୋରଦାର କରିଛନ୍ତି। ସମର୍ଥକଙ୍କ ସହ ସଭା, ଯୁବକଙ୍କ ସହ ଖେଳ, ମର୍ଣ୍ଣିଂ ୱାକ୍‌ରେ ବରିଷ୍ଠ ନାଗରିକ ଓ ମହିଳାଙ୍କ ସହ ଆଲୋଚନା କରୁଥିବା ଦେଖାଯାଉଛି। ମଧ୍ୟ ନିର୍ବାଚନ ମଣ୍ଡଳୀରେ ୧୯ଟି ୱାର୍ଡ ରହିଛି। ଏଥିରୁ ୩ଟି ୱାର୍ଡ ବିଜେପି ଦଖଲରେ ରହିଛି। କର୍ପୋରେଟରମାନଙ୍କର ସଫଳତା ଏବେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣରେ ମୁଖ୍ୟ ଭୁମିକା ନିଭାଇବାକୁ ଥିବାରୁ ଜଗନ୍ନାଥ ଏଥିରୁ ଫାଇଦା‌ ନେବାକୁ ଚାହିବେ। କିନ୍ତୁ କେତେଦୂର ଏଥିରୁ ସେ ଫାଇଦା ନେବେ ତାହାକୁ ନେଇ ପ୍ରଶ୍ନ ଉଠିଛି।

୧୯ଟି ୱାର୍ଡ ମଧ୍ୟରୁ ମଧ୍ୟ ନିର୍ବାଚନମଣ୍ଡଳ‌ୀରେ ୱାର୍ଡ ନଂ ୧୯, ୨୮ରୁ ୪୩, ୪୬ ଓ ୪୭ ରହିଛି। ୪୫ ୱାର୍ଡରୁ ଅଳ୍ପ କିଛି ଅଂଶ ରହିଛି। ଏହି ୧୯ ୱାର୍ଡ ମଧ୍ୟରୁ ୨୯, ୩୩ ଓ ୩୯ ୱାର୍ଡ ବିଜେପି ଦଖଲରେ ରହିଛି। ୨୯ ନଂ ୱାର୍ଡରେ ଅପରୂପ ନାରାୟଣ ରାଉତ, ୩୩ରେ ଧରିତ୍ରୀ ଜେନା ଓ ୩୯ରେ ଗୀତାଞ୍ଜଳି ସାହୁ କର୍ପୋରେଟର ଅଛନ୍ତି। କର୍ପୋରେଟରଙ୍କ ପାଇଁ ବିଏମ୍‌ସିର ମାସିକ ସମୀକ୍ଷା ବୈଠକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏଠାରେ ସେମାନେ ଲୋକଙ୍କ ମୌଳିକ ସମସ୍ୟା ଉପସ୍ଥାପନ କରିବା ସହ ତାହାର ତୁରନ୍ତ ସମାଧାନ ଲୋଡ଼ନ୍ତି। ତା’ ସହିତ ଆଉ କଣ ଭଲ କରାଯାଇ ପାରିବ ସେ ନେଇ ପ୍ରସ୍ତାବ ଦିଅନ୍ତି। ଏହାକୁ ବିଏମ୍‌ସି ମଧ୍ୟ ଗୁରୁତ୍ବର ସହ ନେଇଥାଏ। କାରଣ ଏଥିରେ ସାଂସଦ ଓ ବିଧାୟକ ସଦସ୍ୟ ଭାବେ ଉପସ୍ଥିତ ରହିବା ସହ ଏହାର ବିବରଣୀ ସରକାରଙ୍କ ପାଖକୁ ପଠାଯାଏ। ତେବେ ଏହି ବୈଠକରେ ତିନି କର୍ପୋରେଟରଙ୍କ ଭୂମିକାର ଯଦି ସମୀକ୍ଷା କରାଯାଏ ତେବେ ଏକ ବିଚିତ୍ର କଥା ପଦାକୁ ଆସିଛି। ୨୦୨୩ ଜାନୁଆରି ମାସରୁ ୨୦୨୪ ଜାନୁଆରି, ବର୍ଷେ ମଧ୍ୟରେ ଏହି ତିନି ଜନପ୍ରତିନିଧିଙ୍କ ମଧ୍ୟରୁ ଜଣେ କର୍ପୋରେଟର ଗୋଟିଏ ହେଲେ ପ୍ରଶ୍ନ ପଚାରି ନାହାନ୍ତି କି ଗୋଟିଏ ହେଲେ ପ୍ରସ୍ତାବ ଦେଇ ନାହାନ୍ତି। ଏମିତି ନୁହେଁ ଯେ, ସେ ୱାର୍ଡରେ ଗୋଟିଏ ବି ସମସ୍ୟା ନଥିବାରୁ ପ୍ରଶ୍ନ କିମ୍ବା ପ୍ରସ୍ତାବ ଦେବାକୁ ପଡ଼ିନାହିଁ।

ଆଉ ଦୁଇ ଜଣ କର୍ପୋରେଟରଙ୍କ ମଧ୍ୟରୁ ବର୍ଷେ ମଧ୍ୟରେ ଅର୍ଥାତ୍‌ ୧୨ଟି ବୈଠକରେ ଜଣେ ୨ଟି ପ୍ରଶ୍ନ ୨ଟି ପ୍ରସ୍ତାବ ଦେଇଥିବା ବେଳେ ଜଣେ ୫ଟି ପ୍ରଶ୍ନ ଓ ୨ଟି ପ୍ରସ୍ତାବ ଦେଇଛନ୍ତି। କୌତୁହଳପ୍ରଦ ହେଉଛି ବିଚାର କରିବା କହି ବିଏମ୍‌ସି ଗୋଟିଏ ପ୍ରସ୍ତାବ ଗ୍ରହଣ କରିଥିବା ବେଳେ ଉଭୟଙ୍କର ବାକି ୩ଟି ପ୍ରସ୍ତାବ କାଟ୍‌ ଖାଇଛି। ପ୍ରଶ୍ନ ଭିତରୁ ଅଧିକାଂଶ ଲୋକଙ୍କ ମୌଳିକ ସମସ୍ୟା ନେଇ ରହିନାହିଁ। ବରଂ ଜନପଥରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଆବଣ୍ଟନ କରାଯାଇଥିବା କିଓସ୍କ, ଲୋକପ୍ରତିନିଧିଙ୍କ କଥା ଅଫିସର ଶୁଣୁନାହାନ୍ତି ଏଭଳି ଅଭିଯୋଗଭିତ୍ତିକ ପ୍ରଶ୍ନ ରହିଛି। ତେବେ ଗରିବଙ୍କ ପାଇଁ ସ୍ବର୍ଗରଥ ମାଗଣା କରିବା, ବର୍ଦ୍ଧିତ ହୋଲ୍ଡିଂ ଟିକସ ଜମା କରିଥିବା ଲୋକଙ୍କ ପାଖକୁ କେବେ ଏହି ଅର୍ଥ ଫେରିବ, ଘରଠାରୁ ବହୁ ଦୂରରେ ରାସନ ସାମଗ୍ରୀ ବିକ୍ରି ନହେବା, ଦୁଇ ବର୍ଷରେ ବସ୍ତି ବାସିନ୍ଦା ସଂଘ(ଏସ୍‌ଡିଏ)ର କର୍ମକର୍ତ୍ତା ନ ବଦଳାଇବା ଭଳି ଅନେକ ପ୍ରସଙ୍ଗ ବସ୍ତିବାସିନ୍ଦା ଓ ସାଧାରଣ ଜନତାଙ୍କ ସ୍ବାର୍ଥରେ ରହିଛି। କିନ୍ତୁ ୩୩ ନମ୍ବର ୱାର୍ଡ କର୍ପୋରେଟର ଗୋଟିଏ ହେଲେ ପ୍ରଶ୍ନ ପଚାରି ନାହାନ୍ତି କି ପ୍ରସ୍ତାବ ମଧ୍ୟ ଦେଇ ନାହାନ୍ତି। କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ୨୯ ନମ୍ବର କର୍ପୋରେଟର ଜେଲ୍‌ ଯିବା ମଧ୍ୟ ନଜିର ରହିଛି। ଏଣୁ ଏ ସବୁ ଜଗନ୍ନାଥଙ୍କ ପାଇଁ ଏହା ବୁମେରାଂ ହେବା ଆଶଙ୍କା କରାଯାଉଛି। ଏହା ଛଡ଼ା ବାକି ୧୬ ୱାର୍ଡରେ ବିଜେଡି ପ୍ରାର୍ଥୀ ରହିଛନ୍ତି। କିନ୍ତୁ ବିଜେଡିରେ ଦୁଇ ପ୍ରମୁଖ ଦାବିଦାର ଅନନ୍ତ ନାରାୟଣ ଜେନା ଓ ଅମରେଶ ଜେନା ସମାନ୍ତରାଳ ପ୍ରଚାର ଚଳାଇଛନ୍ତି। ଏ ସବୁରୁ ଜଗନ୍ନାଥ କେତେ ଫାଇଦା ନେଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button