ଦେଶ- ବିଦେଶ

Raymond ର ପୂର୍ବତନ ଚେୟାର ମ୍ୟାନ ଏବେ ଦାଣ୍ଡର ଭିକାରି, କହିଲେ, ‘ବଞ୍ଚିଥାଇ କେବେ ବି ପୁଅଙ୍କ ନାମରେ କରନ୍ତୁ ନାହିଁ ନିଜର ସବୁ ସମ୍ପତ୍ତି’

ରେମଣ୍ଡ ଗ୍ରୁପର ସଂସ୍ଥାପକ ବିଜୟପତ ସିଙ୍ଘାନିୟା ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟପତ ସିଙ୍ଘାନିୟା କହିଛନ୍ତି କି କେବେ ମଧ୍ୟ ଜୀବିତାବସ୍ଥାରେ ନିଜ ସନ୍ତାନଙ୍କୁ ସମ୍ପତ୍ତି ଦେବା ଉଚିତ୍ ନୁହେଁ । ଏହାସହ ସେ ନିଜ ଜୀବନରେ ସବୁଠୁ ବଡ ଶିକ୍ଷା ପାଇଛନ୍ତି ବୋଲି କହିଛନ୍ତି । ରେମଣ୍ଡ ସମୂହର ପୂର୍ବ ଚେୟାରମ୍ୟାନ ନିଜ ଆତ୍ମକଥା ‘ଆନ ଇନକମ୍ପ୍ଲିଟ ଲାଇଫ’ ଲଞ୍ଚ କରିଛନ୍ତି, ଯେଉଁଥିରେ ସେ ନିଜ ଜୀବନ ସହ ଜଡିତ ଅନେକ କଥାର ଖୁଲାସା କରିଛନ୍ତି ।

ସେ ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ହୋଇଥିବା ଗଣ୍ଡୋଗୋଳ ବିଷୟରେ ମଧ୍ୟ ସେଥିରେ ଖୁଲାସା କରିଛନ୍ତି । ଏହାସହ ନିଜ ପିଲାଦିନ ସହ ଜଡିତ କିଛି କଥା ମଧ୍ୟ ସେ ଶେୟାର କରିଛନ୍ତି । ବିଜୟପତ ସିଙ୍ଘାନିୟା ନିଜ ଅନୁଭବକୁ ଶେୟାର କରି କହିଛନ୍ତି ଯେ, “ଅନୁଭବରୁ ମୁଁ ସବୁଠୁ ବଡ ଶିକ୍ଷା ପାଇଛି ଯେ ଜୀବିତ ଥିବା ବେଳେ ନିଜ ସମ୍ପତ୍ତି ସନ୍ତାନଙ୍କୁ ସମର୍ପଣ କରିବା ବେଳେ ସାବଧାନ ହେବ ଜରୁରୀ । ଆପଣଙ୍କ ସମ୍ପତ୍ତି ନିଜ ସନ୍ତାନଙ୍କୁ ଦେବା ଉଚିତ୍ କିନ୍ତୁ ମୃ-ତ୍ୟୁ ପରେ ।

ମୁଁ ଚାହୁଁନାହିଁ କି କୌଣସି ପିତାମାତାଙ୍କୁ ଏଭଳି ପରିସ୍ଥତି ଦେଖିବାକୁ ପଡେ ଯାହା ଦେଇ ମୁଁ ଅତିକ୍ରମ କରୁଛି ।” ଏହା ବ୍ଯତୀତ ସେ ଆହୁରି ମଧ୍ୟ ଖୁଲାସା କରି କହିଛନ୍ତି କି, “ମୋତେ ମୋ ଅଫିସ ଯିବାରୁ ରୋକି ଦିଆଗଲା ଯେଉଁଠାରେ ମୋର କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପଡି ରହିଛି ଓ ଅନ୍ୟ ଜିନିଷ ମଧ୍ୟ ଯାହାକି ମୋର ଅଟେ । କେବଳ ଏତିକି ନୁହେଁ ବରଂ ମୁମ୍ବାଇ ଓ ଲଣ୍ଡନରେ ମଧ୍ୟ ମୋତେ ମୋ କାର୍ ଛାଡିବାକୁ ପଡିଲା ଓ ମୁଁ ନିଜ ସଚିବଙ୍କ ସହ ମଧ୍ୟ ସମ୍ପର୍କ କରି ପାରୁନି ।

ଏମିତି ଲାଗୁଛି କି ରେମଣ୍ଡର କର୍ମଚାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି କି ସେ ମୋ ସହ କଥା ନହେବା ପାଇଁ ଓ ମୋ ଅଫିସକୁ ନ ଆସିବା ପାଇଁ ।” ସୂଚନାଯୋଗ୍ୟ ଯେ, ଦେଶର ସବୁଠୁ ବଡ ଉଦ୍ୟୋଗପତି ମାନଙ୍କ ତାଲିକାରେ ସାମିଲ ଥିବା ବିଜୟପତ ସିଙ୍ଘାନିୟା ଗୋଟିଏ ସମୟରେ ୧୨ ହଜାର କୋଟି ଟଙ୍କାର ରେମଣ୍ଡ କମ୍ପାନୀର ମାଲିକ ଥିଲେ । କିନ୍ତୁ ଆଜିର ସମୟରେ ଅଳ୍ପ ଟଙ୍କାଟିଏ ପାଇଁ ବି ସେ ତରସି ଯାଉଛନ୍ତି ।

ଏକ ସମୟରେ ତାଙ୍କର ବହୁତ ସମ୍ମାନ ହେଉଥିଲା ଓ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଠାରୁ ଅଧିକ ଉଚ୍ଚ ଘର ‘ଜେକେ ହାଉସ’ ରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ଠାରୁ ପୁଅମାନେ ଗାଡି ଏବଂ ଡ୍ରାଇଭର ଆଦି ମଧ୍ୟ ଛଡେଇ ନେଇଛନ୍ତି ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ବିଜୟପତ ସିଙ୍ଘାନିୟା ବର୍ତ୍ତମାନ ଦକ୍ଷିଣ ମୁମ୍ବାଇରେ ଏକ ଭଡାଘରେ ରହୁଛନ୍ତି ।

୨୦୧୫ ମସିହାରେ ବିଜୟପତ ସିଙ୍ଘାନିୟା ନିଜର ସମସ୍ତ ଶେୟାର ପୁଅ ଗୌତମ ସିଙ୍ଘାନିୟାଙ୍କ ନାମରେ କରି ଦେଇଥିଲେ । କିନ୍ତୁ ପୁଅ ସବୁ ସମ୍ପତ୍ତି ହଡପ କରିବା ପରେ ପିତା ଏବେ ବାର ଦୁଆର ଘୁରି ବୁଲିବାକୁ ବାଧ୍ୟ ହେଉଛନ୍ତି । ବିଜୟପତ ସିଙ୍ଘାନିୟା ୧୯୨୫ ମସିହାରେ ରେମଣ୍ଡ କମ୍ପାନୀର ଶୁଭାରମ୍ଭ କରିଥିଲେ ଓ ୧୯୫୮ରେ ସେ ଏହାର ପ୍ରଥମ ରିଟେଲ ଶୋ’ରୁମ୍ ମୁମ୍ବାଇରେ ଖୋଲିଥିଲେ । ଆଉ ଏହାପରେ ନିଜ ପରିଶ୍ରମ ଓ ନିଷ୍ଠା ବଳରେ ସେ କମ୍ପାନୀକୁ ଖୁବ୍ ଉଚ୍ଚ ସ୍ତରକୁ ନେଇ ଯାଇଥିଲେ ।

କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ରେମଣ୍ଡ କମ୍ପାନୀର ଶୋ’ରୁମ୍ ସବୁ ସେ ଖୋଲିଥିଲେ । ୨୦୦୬ରେ ବିଜୟପତ ସିଙ୍ଘାନିୟାଙ୍କୁ ଭାରତ ସରକାରଙ୍କ ଦ୍ଵାରା ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button