ବିହାର : ତେଜସ୍ବୀ ଯାଦବଙ୍କ ଘର ଆଗରେ ପହଞ୍ଚିଲା ପୁଲିସ୍, କାରଣ ଜାଣନ୍ତୁ – Kalinga News
[ad_1]
ପଟନା : ସୋମବାର ବିହାର ବିଧାନସଭାରେ ଆସ୍ଥାଭୋଟ ଥିବାବେଳେ ରାଜଧାନୀ ପଟନାରେ ରାଜନୈତିକ ଉଷ୍ମତା ଚରମରେ ପହଞ୍ଚିଛି । ସେପଟେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବାସଭବନ ବାହାରେ ବିପୁଳ ସଂଖ୍ୟକ ପୁଲିସ ପହଞ୍ଚିଛି। ଏସଡିଏମ ଓ ସିଟି ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସିଟି ଏସପି ଚନ୍ଦ୍ର ପ୍ରକାଶ ଏସଡିଏମଙ୍କ ସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଟନାସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ବିଧାୟକ ଚେତନ ଆନନ୍ଦଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିଧାୟକ ଭାଇଙ୍କୁ ଅପହରଣ କରାଯାଇଛି। ଚେତନ ଆନନ୍ଦ ହେଉଛନ୍ତି ଆନନ୍ଦ ମୋହନ ସିଂଙ୍କ ପୁଅ । ଏବେ ବିଧାୟକ ଚେତନ ଆନନ୍ଦଙ୍କ ଭାଇ ଅଂଶୁମାନ ତାଙ୍କ ଭାଇଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଯାହା ପରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘରେ ପହଂଚିଥିଲା ପୋଲିସ । ଯେଉଁଠି ଆସନ୍ତାକାଲି ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡିର ସମସ୍ତ ବିଧାୟକ ରହୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଆନନ୍ଦ ମୋହନଙ୍କ ପୁଅ ଅଂଶୁମାନ ଆନନ୍ଦଙ୍କ ଅଭିଯୋଗ କ୍ରମେ ପାଟନା ପୁଲିସର ଏହି ପୂରା କାର୍ଯ୍ୟାନୁଷ୍ଠାନ ହୋଇଛି। ତାଙ୍କ ବଡ଼ ଭାଇ ତଥା ବିଧାୟକ ଚେତନ ଆନନ୍ଦ ଶନିବାରଠାରୁ ନିଖୋଜ ଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ପାଟନାର ପାଟଳିପୁତ୍ର ଥାନାରେ ଚେତନ ଆନନ୍ଦ ନିଖୋଜ ହୋଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ଟିମ୍ ତେଜସ୍ୱୀ ଯାଦବଙ୍କ ବାସଭବନରେ ପହଞ୍ଚିଥିଲା।
[ad_2]