ରାଜନୀତି

‌ମୋଦୀଙ୍କୁ ବିଶ୍ବ ନେତାଙ୍କ ଶୁଭେଚ୍ଛା – Kalinga News

[ad_1]

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନ ଜିତି ଲଗାତାର ତୃତୀୟ ଥର ସରକାର ଗଠନ କରିବାକୁ ଯାଉଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ଦ୍ବିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି।

ଇଟାଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି, ଇଟାଲି ଏବଂ ଭାରତ ମଧ୍ୟ‌ରେ ଥିବା ବନ୍ଧୁତାକୁ ସୁଦୃଢ଼ କରିବାପାଇଁ ଉଭୟ ରାଷ୍ଟ୍ର ଏକାଠି କାମ କରିବେ। ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ଏକ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ‌ପୋଷ୍ଟ୍‌ କରି ନେପାଳ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକସଭାରେ ବିଜେପି ଏବଂ ଏନଡିଏର ନିର୍ବାଚନୀ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା। ଏହାର ଉତ୍ତର ଦେଇ ମୋଦୀ କହିଛନ୍ତି, ଭାରତ-ନେପାଳ ସମ୍ପର୍କ ସୁଦୃଢ଼ କରିବା ଦିଗରେ ମୁଁ କାର୍ଯ୍ୟ ଜାରି ରଖିବି। ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚୀନ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ସ୍ବାଗତ କରିବା ସହ ନୂଆ ସରକାର ସହ କାମ କରିବାକୁ ପ୍ରସ୍ତୁତ ବୋଲି କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button