ନୀତୀଶଙ୍କ ଉପରେ ନଜର ରହିବ: ନିଃସର୍ତ୍ତ ସମର୍ଥନ ସତ୍ତ୍ବେ ଅନିଶ୍ଚିତତା – Kalinga News
[ad_1]
ନୂଆଦିଲ୍ଲୀ: ମୋଦୀ ୩.୦ ସରକାରର ଶପଥ ଗ୍ରହଣ ଶେଷ ହୋଇଛି। ଜେଡିୟୁ ମୁଖ୍ୟ ନୀତୀଶ କୁମାର ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରକୁ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ତା’ସତ୍ତ୍ବେ ସେମାନଙ୍କ ଉପରେ ବିଶେଷତଃ ନୀତୀଶଙ୍କ ଉପରେ ସବୁବେଳେ ନଜର ରହିବ। ସରକାର ଗଠନ ହୋଇଥିଲେ ମଧ୍ୟ ଆଞ୍ଚଳିକ ଦଳଗୁଡ଼ିକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ବିଭିନ୍ନ ସର୍ତ୍ତ ରଖିବା ଆଗାମୀ ପରିସ୍ଥିତିର ସ୍ପଷ୍ଟ ସଙ୍କେତ ଦେଉଛି। ଏହି ଦୁଇ ନେତା ନିଜ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିବା ବେଳେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ ରହିଛି, ଯେଉଁଥିରେ ସେମାନେ ବିଜେପିଠାରୁ ଭିନ୍ନ ମତ ରଖିଛନ୍ତି। ସେମାନଙ୍କ ଭବିଷ୍ୟତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ନିଶ୍ଚିତ ଭାବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଅଧିକ ଫୋକସ୍ ରହିବ, ଯିଏ କି ମେଣ୍ଟ ଭାଙ୍ଗିବାର ଇତିହାସ ରଖିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ସେ ଅନେକ ଥର ଦଳ ବଦଳାଇ ବିହାର ରାଜନୀତିରେ ‘ପଲଟୁ ରାମ’ର ଉପାଧି ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ (ୟୁନାଇଟେଡ୍) ଗଠନ ହେବା ପରଠାରୁ ଦଳ ୨୦୧୪ ବ୍ୟତୀତ ସର୍ବଦା ବିଜେପି ସହ ମେଣ୍ଟ କରି ସଂସଦୀୟ ନିର୍ବାଚନ ଲଢ଼ିଛି। ୧୯୯୯ରେ ବିଜେପି-ଜେଡିୟୁ ମିଳିତ ଭାବେ ୫୪ଟି ଆସନରୁ ୪୧ଟିରେ ବିଜୟୀ ହୋଇଥିବା ବେଳେ ଜେଡିୟୁ ୧୮ଟି ଆସନରେ ବିଜୟୀ ହୋଇଥିଲା। ୨୦୦୪ରେ ଜେଡିୟୁ ୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୪୦ଟି ଆସନରୁ ମାତ୍ର ୫ଟି ଜିତିପାରିଥିଲା। ୨୦୦୯ ସାଧାରଣ ନିର୍ବାଚନରେ ବିଜେପି-ଜେଡିୟୁ ମେଣ୍ଟ ୪୦ଟି ଆସନରୁ ୩୨ଟିରେ ବିଜୟୀ ହୋଇଥିଲେ। ଏଥିମଧ୍ୟରୁ ଜେଡିୟୁ ଏକାକୀ ୨୦ଟି ଆସନରେ ବିଜୟୀ ହୋଇଥିଲା। ଜେଡିୟୁ ମୌଳିକ ମତଭେଦ ଦର୍ଶାଇ ୨୦୧୪ରେ ବିଜେପି ସହ ନିଜର ୧୭ ବର୍ଷର ସମ୍ପର୍କକୁ ତୁଟାଇ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଦଳ ୪୦ଟି ଆସନରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୨୨ଟି ଆସନରେ ବିଜୟୀ ହୋଇଥିଲା। ୨୦୧୯ ନିର୍ବାଚନରେ ଉଭୟ ଦଳ ଏକାଠି ହୋଇ ୪୦ଟି ଆସନରୁ ୩୯ଟିରେ ବିଜୟୀ ହୋଇଥିଲେ। କିନ୍ତୁ ପ୍ରଶ୍ନ ଉଠୁଛି, ଐତିହାସିକ ଭାବେ ବିଜେପି-ଜେଡିୟୁ ମେଣ୍ଟ ବାରମ୍ବାର ଭାଙ୍ଗୁଥିବା ଓ ଯୋଡ଼ୁଥିବା ବେଳେ ଉକ୍ତ ପଞ୍ଚମ ମେଳି ସେମାନଙ୍କ ରାଜନୈତିକ ଗୌରବ ବଢ଼ାଇବ କି?
[ad_2]