କଂଗ୍ରେସକୁ ଝଟ୍କା ଦେଇପାରନ୍ତି ସାଲୁଜା – Kalinga News

[ad_1]
ବଲାଙ୍ଗୀର/କଣ୍ଟାବାଞ୍ଜି: ଦୁଇଟି ପର୍ଯ୍ୟାୟରେ ବିଜେଡି ବିଧାନସଭା ଟିକେଟ୍ ଘୋଷଣା କରିଥିଲେ ହେଁ ଏଥିରେ କଣ୍ଟାବାଞ୍ଜିର ନାମ ନାହିଁ। ଏହାକୁ ନେଇ ଏବେ ଏକ ଭିନ୍ନ ଏବଂ ରୋଚକ ଚର୍ଚ୍ଚା ସାମ୍ନାକୁ ଆସିଲାଣି। ଏଠାରେ କଂଗ୍ରେସ ନିଜ ପୁରୁଣା ଓ ଟାଣୁଆ ନେତା ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ୍ ଦେଇଛି। କିନ୍ତୁ, ଏହି ଘୋଷଣା ପରେ ବି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ଦଳୀୟ ମହଲରେ ଖୁସିର ଲହର ନାହିଁ। ଇତିମଧ୍ୟରେ, ନିଜ ଘନିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରି ଶ୍ରୀ ସାଲୁଜା ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ସାଲୁଜା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ବି ବିଜୟୀ ହେବେ ବୋଲି ତାଙ୍କ କିଛି ସମର୍ଥକ କହୁଛନ୍ତି। ପୂର୍ବରୁ ସେ ଭୁବନେଶ୍ବରରେ ସଦ୍ୟ ବିଜେଡିରେ ସାମିଲ ହୋଇଥିବା ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା ଭିତିରିଆ ମହଲରେ ଚର୍ଚ୍ଚା ହେଉଛି। ଏହି କସରତ କାରଣରୁ ବିଜେଡି କଣ୍ଟାବାଞ୍ଜି ପାଇଁ ପ୍ରାର୍ଥୀ ଘୋଷଣା କରୁନାହିଁ। ଏବଂ ଶ୍ରୀ ସାଲୁଜା ଏହି ନୂଆ ସମୀକରଣକୁ ଚୂଡ଼ାନ୍ତ ରୂପ ଦେବାପାଇଁ ପୁଣି ଭୁବନେଶ୍ବର ଯାଇଥିବା କୁହାଯାଉଛି। ତେବେ ଶ୍ରୀ ସାଲୁଜା ଯଦି ବିଜେଡି ଟିକେଟ ଲବିରେ ଅଛନ୍ତି, ଅନ୍ୟ ଆଶାୟୀଙ୍କ ଗତି କୁଆଡ଼େ ହେବ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ସାଲୁଜାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଚର୍ଚ୍ଚାକୁ ହାଲୁକା ଭାବେ ଖଣ୍ଡନ କରିଛନ୍ତି।
[ad_2]