ରାଜନୀତି

ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ କଲା ବିଜେଡ଼ି, ନାରାୟଣଙ୍କ ଉପରେ ସମସ୍ତ ନଜର – Kalinga News

[ad_1]

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଂରକ୍ଷିତ ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ବିଜେଡ଼ି ନେତା ପଦ୍ମନାଭ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ଦେଇଛନ୍ତି। ଦଳୀୟ ଟିକେଟ ପାଇବାପରେ ସମ୍ବାଦକୁ ତାଙ୍କ ପ୍ରତିକ୍ରିୟାରେ ପଦ୍ମନାଭ ବେହେରା କହିଛନ୍ତି ମୁଖ୍ୟମନ୍ତ୍ରୀ ତଥା ମୋର ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୋ ଉପରେ ଆସ୍ଥା ପ୍ରକଟ କରି ଅଞ୍ଚଳର ସେବା କରିବା ପାଇଁ ଚତୁର୍ଥ ଥର ମୋତେ ସୁଯୋଗ ଦେଇଛନ୍ତି। ବୀରମହାରାଜପୁର ସମସ୍ତ ଦଳୀୟ ନେତା ଓ କର୍ମୀଙ୍କ ସହଯୋଗରେ ବିଜୟୀ ହୋଇ ଅଞ୍ଚଳର ବିକାଶ ଧାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଆଗକୁ ବଢାଇବି।

ଶ୍ରୀ ବେହେରାଙ୍କ ପ୍ରାର୍ଥୀ ଘୋଷଣା ହେବାପରେ ଉଲୁଣ୍ଡାରେ ଏକ ବିରାଟ ରାଲିର ଆୟୋଜନ କରିଛନ୍ତି ଦଳିୟ ନେତା ଓ‌ କର୍ମୀ। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ଯୁବ ନେତା ତଥା ବୀରାମହରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ମଧ୍ୟରେ ଦଳୀୟ ଟିକେଟ ପାଇଁ ଛକାପଞ୍ଝା ଲାଗି ରହିଥିଲା। ଏବେ ନାରାୟଣଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button